ବିମାନ ବନ୍ଦରରେ ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିର ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ବିମାନ ବନ୍ଦରରେ ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିର ଆତ୍ମସମର୍ପଣ

ବେଙ୍ଗାଲୁରୁ: ସୋମବାର ମେଙ୍ଗାଲୁରୁ ବିମାନବନ୍ଦରରୁ ଉଦ୍ଧାର ହୋଇଥବା ଆଇଇଡି ବିସ୍ଫୋରକ ସାମଗ୍ରୀ ରଖିଥିଲେ ଆଦିତ୍ୟ ରାଓ। ପୁଲିସ ବୋମା ଉଦ୍ଧାର କରିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଥିଲା। ତେବେ ପୁଲିସ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଆଦିତ୍ୟ ରାଓ ନିଜ ଆଡ଼ୁ ବେଙ୍ଗାଲୁରୁ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ଏବେ ଅଧିକ ତଦନ୍ତ ପାଇଁ ମେଙ୍ଗାଲୁରୁ ପୁଲିସ ବେଙ୍ଗାଲୁରୁ ବିମାନ ଯୋଗେ ଆସୁଥିବା ସୂଚନା ରହିଛି। ଏ ନେଇ ମେଙ୍ଗାଲୁରୁ ପୁଲିସ ସୂଚନା ଦେଇଛି।

ଆଦିତ୍ୟ ରାଓ (୩୬) ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ ଏବଂ ଏମବିଏରେ ସ୍ନାତୋକ କରିଛନ୍ତି। ପୂର୍ବରୁ ଅଗଷ୍ଟ ୩୦, ୨୦୧୮ରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ଖଞ୍ଜିବା ମାମଲାରେ ଗିରଫ ହୋଇଥିଲେ। ୬ ମାସ ତଳେ ସେ ଜାମିନରେ ବାହାରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ପୂର୍ବ ଘଟଣାର ପ୍ରତିଶୋଧ ନେବାକୁ ଯାଇ ଆଦିତ୍ୟ ଏଭଳି କାମ କରିବାକୁ ଯୋଜନା କରିଥିଲେ ବୋଲି ବେଙ୍ଗାଲୁରୁ ପୁଲିସ କହିଛି। ଏମିତିକି ଆଦିତ୍ୟ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିକ୍ୟୁରିଟି ଗାର୍ଡରେ ଭର୍ତ୍ତି ହେବା ପାଇଁ ଆବେଦନ କରିଥିଲେ। ହେଲେ ଆବଶ୍ୟକ ସାର୍ଟିଫିକେଟ ଦାଖଲ କରିନପାରିବାରୁ ତାଙ୍କ ଆବେଦନ ପତ୍ର ଖାରଜ ହୋଇଥିଲା। ଏହାବାଦ ଆଦିତ୍ୟ ଅନେକ ଥର ବୋମା ଖଞ୍ଜାଯାଇଥିବାର ଖବର ଦେଇ ବିମାନ ବନ୍ଦର ଏବଂ ରେଲଓ୍ୱେ ଷ୍ଟେସନକୁ ଦେଉଥିଲେ ବୋଲି ଜଣାପଡ଼ିଛି।

୨୦୧୨ରେ ଆଦିତ୍ୟ ବେଙ୍ଗାଲୁରୁ ଆସିଥିଲେ। ପ୍ରଥମେ ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ। ଏହାପରେ ସେ ଇସ୍ତଫା ଦେଇ ମେଙ୍ଗାଲୁରୁ ବିମାନ ବନ୍ଦରରେ ୬ ମାସ ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ ଚାକିରି କରିଥିଲା। ଏହାପରେ ସେ ପୁଣିଥରେ ଇସ୍ତଫା ଦେଇ ବେଙ୍ଗାଲୁରୁକୁ ଫେରିଆସିଥିଲେ। ଏହାପରେ ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ। ପରେ ପୁଣି ଥରେ ଏହି ଚାକିରି ଛାଡ଼ି ଦେଇ ବିମାନ ବନ୍ଦରରେ ସିକ୍ୟୁରିଟି ଗାର୍ଡ ହେବା ପାଇଁ ଚେଷ୍ଟା କରିଥିଲେ ବୋଲି ବେଙ୍ଗାଲୁରୁ ପୁଲିସ ଆଗରେ କହିଛନ୍ତି।


ସୂଚନାଯୋଗ୍ୟ, ସୋମବାର କର୍ଣ୍ଣାଟକାର ମେଙ୍ଗାଲୁରୁ ଏୟାରପୋର୍ଟ ନିକଟରୁ ଆଇଇଡି ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଟିର୍ମିନାଲ ବିଲଡିଂରୁ ଏଭଳି ବିସ୍ଫୋରକ ଜବତ ହେବା ପରେ ସମଗ୍ର ମେଙ୍ଗାଲୁରୁରେ ହାଇଆଲର୍ଟ ଜାରି କରାଯାଇଥିଲା। ସେହିପରି ଏହାର କିଛି ସମୟରେ ମେଙ୍ଗାଲୁରୁରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିବା ପରେ ଉଡ଼ାଣ ମଧ୍ୟ ବନ୍ଦ କରାଯାଇଥିଲା।

ଏହାପରେ ଅଟୋରେ ଆସିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରିଥିଲା ପୁଲିସ୍। ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରେ ଆଇଇଡି ଭର୍ତ୍ତି ବ୍ୟାଗ ରଖିବା ପରେ ଅଟୋରେ ଚାଲି ଯାଇଥିବା ସିସିଟିଭିରୁ ଜଣାପଡ଼ିଥିଲା।

ସୋମବାର ସକାଳେ ୮.୪୫ରେ ଜଣେ ସିଆଇଏସଏଫ ଯବାନ ବିସ୍ଫୋରକ ଭର୍ତ୍ତି ପରିତ୍ୟକ୍ତ ବ୍ୟାଗ ଠାବ କରିଥିଲେ। ଏହାପରେ ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରେ ପହଞ୍ଚି କୌଣସି ଅଘଟଣ ଘଟିବା ପୂର୍ବରୁ ଏହାକୁ ଅକାମୀ କରିଦେଇଥିଲେ।



from Odisha Reporter https://ift.tt/38qg0D9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages