ସାରାଙ୍କ ଫିଲ୍ମର ଟ୍ରେଲର ଦେଖି ନିରାଶ ହେଲେ ସୈଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ସାରାଙ୍କ ଫିଲ୍ମର ଟ୍ରେଲର ଦେଖି ନିରାଶ ହେଲେ ସୈଫ

ମୁମ୍ବାଇ: ୟା ଭିତରେ ସାରା ଅଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପ୍‌କମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ୨୦୦୯ରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ ‘ଲଭ୍ ଆଜ୍ କଲ୍’ କରିଥିବା ନିର୍ଦ୍ଦେଶକ ଇମ୍‌ତିଆଜ୍ ଅଲୀ ପୁଣି ସେହି ଟାଇଟଲ୍‌ରେ ସାରା ଓ କାର୍ତ୍ତିକଙ୍କୁ ନେଇ ଏକ ନୂଆ ଫିଲ୍ମ ତିଆରି କରିଛନ୍ତି। ତେବେ ଝିଅ ସାରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବି ନୂଆ ‘ଲଭ୍ ଆଜ୍ କଲ୍‌’କୁ ପସନ୍ଦ କରି ନାହାନ୍ତି ସୈଫ୍‌।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଖୁବ୍ ଦୁର୍ବଳ ହୋଇଛି। ତେବେ ଇମ୍‌ତି୍ଆଜ୍‌ଙ୍କ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ତା’ସହିତ ଏହି ଫିଲ୍ମ ପାଇଁ ଝିଆ ସାରାଙ୍କୁ ସେ ଶୁଭକାମନା ଜଣାଇଛନ୍ତି।


୨୦୦୯ରେ ଆସିଥିବା ‘ଲଭ୍ ଆଜ୍ କଲ୍’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଥିଲା। ତେବେ ନୂଆ ‘ଲଭ୍ ଆଜ୍ କଲ୍’ ଦର୍ଶକଙ୍କ ମନକୁ ଜିଣି ପାରିବ କି ନାହିଁ, ତାହା ରିଲିଜ୍ ପରେ ହିଁ ଜଣାପଡ଼ିବ। ଫିଲ୍ମଟି ଫେବ୍ରୁଆରୀ ୧୪ ତାରିଖରେ ରିଲିଜ୍ ହେବ।


ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ସୈଫଙ୍କ ଫିଲ୍ମ ‘ତାନାଜୀ’ ରିଲିଜ୍ ହୋଇଛି। ଫିଲ୍ମଟି ଦର୍ଶକଙ୍କ ମନକୁ ପାଇଥିବା ବେଳେ ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପ୍ରଶଂସା କରିଛନ୍ତି। ଐତିହାସିକ ପୃଷ୍ଠଭୂମିକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସେ ଉଦୟଭାନ ରାଠୌଡ଼ ନାମକ ଏକ ନେଗେଟିଭ୍ ଚରିତ୍ର ଅଭିନୟ କରିଛନ୍ତି। ନିଜ ଚରିତ୍ରକୁ ସେ ଖୁବ୍ ଭଲ ଭାବେ କରିଛନ୍ତି ବୋଲି ସମସ୍ତେ କହୁଛନ୍ତି। ଏପରିକି ଫିଲ୍ମର ମୁଖ୍ୟ ନାୟକ ତଥା ‘ତାନାଜୀ’ ଭୂମିକରେ ଅଭିନୟ କରିଥିବା ଅଜୟ ଦେବଗନଙ୍କଠାରୁ ସୈଫଙ୍କ ଅଭିନୟ ଭଲ ହୋଇଛି ବୋଲି ପ୍ରାୟ ସମସ୍ତେ କହୁଛନ୍ତି। ଏହି ଫିଲ୍ମରେ କାଜୋଲ ମଧ୍ୟ ଅଛନ୍ତି।



from Odisha Reporter https://ift.tt/36dsFrG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages