ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ

ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜ୍‌ରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଅଭିଯୋଗକାରୀ ।

କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା । ସେମାନେ କିଛି ଦିନ କାର୍ଯ୍ୟ ମଧ୍ୟ କରିଥିବା କହିଛନ୍ତି  ଅଭିଯୋଗକାରୀ । ତେବେ ନିଯୁକ୍ତିପତ୍ର ଅବୈଧ ବୋଲି ଜାଣିବା ପରେ ସେମାନେ ଟଙ୍କା ଫେରି ପାଇବାକୁ ଦାବି କରିଛନ୍ତି। ନିଯୁକ୍ତି ପତ୍ର ଦିଆଯାଇଥିବା ମାମଲାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ଅପରପକ୍ଷେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କଲେଜ ପରିଚାଳନା କମିଟି ଅଧ୍ୟକ୍ଷ । ରାଜନୈତିକ ଆକ୍ରୋଶ ରଖି କିଛି ବ୍ୟକ୍ତି ତାଙ୍କ ସହ କଲେଜର ନାଁ ବଦନାମ କରିବାକୁ ଏହି ଚକ୍ରାନ୍ତ କରିଥିବା ସେ କହିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/2NDNExp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages