ବନ୍ଦ ଯୋଗୁ ପୂରା ରାଜ୍ୟ ପ୍ରଭାବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ବନ୍ଦ ଯୋଗୁ ପୂରା ରାଜ୍ୟ ପ୍ରଭାବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଦୂର କରିବା ସର୍ବନିମ୍ନ ବେତନ ବୃଦ୍ଧି କରିବା ସହ ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ଆଜି ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।

ରାଜଧାନୀ ଭୁବନେଶ୍ୱରରେ ଅଲ୍ଇଣ୍ଡିଆ ଫରଓ୍ୱାର୍ଡ ବ୍ଳକ୍ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇ ରଖିଛନ୍ତି। ସେହିପରି ଏଠାରୁ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ବସ୍‌ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ଯାତ୍ରୀ ଅଟକି ରହିଛନ୍ତି। କଟକରେ ବି ବନ୍ଦର ପ୍ରଭାବ ପଡ଼ିଛି। କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍ ଗଡ଼ୁନି। ରାଉରକେଲାରେ ବସ୍ ଚଳାଚଳ ବନ୍ଦ ରହିବା ସହ ଦୋକାନବଜାର ବନ୍ଦ ରହିଛି।

ଭଦ୍ରକରେ ବି ଭାରତ ବନ୍ଦର ପ୍ରଭାବ ପଡ଼ିଛି। ଏଆଇସିସିଟିୟୁ ପକ୍ଷରୁ ଏଠାରେ ରେଳରୋକ କରାଯାଇଛି। ଫଳରେ ପଲାସା ଡିଏମ୍ୟୁ ଅଟକି ରହିଛି। ଆନ୍ଦୋଳନ ଯୋଗୁଁ ସହରରେ ସାଧାରଣ ଜୀବନଯାତ୍ରା ଏକରକମ ଠପ୍ ହୋଇଯାଇଛି। ସେହିପରି ବାଲେଶ୍ୱରରେ ବସ୍ ଚଳାଚଳଠାରୁ ଆରମ୍ଭ କରି ଦୋକାନ ବଜାର ସବୁ ବନ୍ଦ ରହିଛି। ଏମିତିକି ଡିଆରଡିଓକୁ ଯାଉଥିବା ଡିଫେନ୍ସ ଗାଡ଼ିକୁ ବି ଆନ୍ଦୋଳନକାରୀ ଛାଡ଼ି ନଥିଲେ।

ରାୟଗଡ଼ାରେ ଗାଡ଼ି ଚଳାଚଳ ସହିତ ଦୋକାନ ବଜାର ବନ୍ଦ ରହିଛି। ସେହିପରି ଜିଲ୍ଲା ଗୁଣପୁରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏଠାରେ ଆନ୍ଦୋଳନକାରୀମାନେ ଓଭରବ୍ରିଜ୍‌ରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

ବନ୍ଦ ଯୋଗୁଁ କେନ୍ଦୁଝରଗଡ଼ରେ କେନ୍ଦୁଝର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍, ଭୁବନେଶ୍ୱରରେ ଭୁବନେଶ୍ୱର-ବଲାଙ୍ଗିର ପାସେଞ୍ଜର ଓ ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ବ୍ରହ୍ମପୁରରେ ହାଓ୍ୱଡା-ଯଶବନ୍ତପୁର ଏକ୍ସପ୍ରେସ୍ ଓ ଇଚ୍ଛାପୁର-କଟକ ମେମୁ ଟ୍ରେନ୍ ଅଟକି ରହିଛି।

ଭାରତ ବନ୍ଦ ଡାକରା ଦୃଷ୍ଟିରୁ ବିଭିନ୍ନ ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏଥିରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାଦ୍ ଦିଆଯାଇଛି। ଆମ୍ବୁଲାନ୍ସ ଓ କ୍ଷୀର ଗାଡ଼ି ଗଡ଼ୁଛି। ଔଷଧ ଦୋକାନ ଖୋଲିଛି। ତେବେ ବ୍ୟାଙ୍କ୍ ସେବା ପ୍ରଭାବିତ ହେବ। ସେହିଭଳି ସନ୍ଧ୍ୟା ଯାଏଁ ବସ୍ ଗଡ଼ିବନି।



from Odisha Reporter https://ift.tt/2N66g8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages