ସପ୍ତାହରେ ୪ଟି କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ସପ୍ତାହରେ ୪ଟି କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ

ୱାଶିଂଟନ: ଫିନଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସାନ୍ନା ମାରିନା ଏଣିକି ସପ୍ତାହକ ୬ ଦିନ ବଦଳରେ ୪ଟି କାର୍ଯ୍ୟଦିବସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା କର୍ମଚାରୀମାନେ ଅଧିକ ସମୟ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ବିତାଇ ପାରିବେ ବୋଲି ସେ କହିଛନ୍ତି।

ଡିସେମ୍ବର ମାସରେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ମାରିନା କହିଛନ୍ତି, “ ଲୋକମାନେ ଅଧିକ ସମୟ ସେମାନଙ୍କ ପରିବାର ଓ ସାଙ୍ଗମାନଙ୍କ ସହ ବିତାଇବା ଉଚିତ ବୋଲି ମୁଁ ସବୁବେଳେ ଭାବିଥାଏ।

ଏହାଦ୍ୱାରା ସେମାନଙ୍କ ସମ୍ପର୍କରେ ନିବିଡ଼ତା ଆସେ ଏବଂ ସେମାନେ ପରସ୍ପରକୁ ବୁଝିବାକୁ ଅଧିକ ସମୟ ପାଇଥାଆନ୍ତି। ସେହିପରି କାର୍ଯ୍ୟ କରିବାର ସମୟ ୮ ଘଣ୍ଟାରୁ ୬ ଘଣ୍ଟା ମଧ୍ୟ କରାଯିବା ଦରକାର। ଏହାଦ୍ୱାର ଲୋକମାନେ ମାନସିକ ଅସ୍ଥିରତା ମଧ୍ୟରେ ନ ରହି ଭଲ ଭାବେ କାର୍ଯ୍ୟ କରିପାରିବେ।”
ତେବେ ମାରିନାଙ୍କ ଏହି ପ୍ରସ୍ତାବକୁ କିଛି ଲୋକ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ପରିହାସ କରିଛନ୍ତି।



from Odisha Reporter https://ift.tt/2FtkHiV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages