ଡବଲ ହୋଇଛି ବିଜେପିର ଆୟ, କଂଗ୍ରେସର ବି ବଢ଼ିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

ଡବଲ ହୋଇଛି ବିଜେପିର ଆୟ, କଂଗ୍ରେସର ବି ବଢ଼ିଛି

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ଦେଶର ଦୁଇ ପ୍ରମୁଖ ଦଳର ଆୟ ବଢ଼ିଛି। ଶାସକ ଦଳ ବିଜେପିର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଦୁଇ ଗୁଣା ବୃଦ୍ଧି ହୋଇଥିବା ବେଳେ କ୍ଷମତାରେ ନଥିବା ଦଳ କଂଗ୍ରେସର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ୪.୫ ଗୁଣା ବଢ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ୧ ଏପ୍ରିଲ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ର ଅଡ଼ିଟ୍ ରିପୋର୍ଟ ରାଜନୀତିକ ଦଳ ମାନେ ଦାଖଲ କରିଛନ୍ତି। ଏହି ରିପୋର୍ଟରୁ କଂଗ୍ରେସ ଓ ବିଜେପିର ଆୟ ବୟର ହିସାବ ଜଣାପଡ଼ିଛି।

୨୦୧୮-୧୯ରେ ବିଜେପି ୨,୪୧୦ କୋଟି ଟଙ୍କା ଆୟ କରିଥିବା ବେଳେ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଆୟ ଥିଲା ୧,୦୨୭ କୋଟି। ଅର୍ଥାତ୍ ୧୩୪ ପ୍ରତିଶତ ଆୟ ବଢ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଦାଖଲ କରିଥିବା ବାର୍ଷିକ ଆୟବୟର ରିପୋର୍ଟରୁ ଏହା ଜଣାପଡ଼ିଛି। ମୋଟ୍ ଆୟ ୨,୪୧୦ କୋଟିରୁ ବିଜେପି ନିର୍ବାଚନୀ ବଣ୍ଡ ମାଧ୍ୟମରେ ୧,୪୫୦ କୋଟି ଟଙ୍କା ଆୟ କରିଛି। ୨୦୧୭-୧୮ରେ କିନ୍ତୁ ବିଜେପି ଆୟ କରିଥିବା ୧,୦୨୭ କୋଟିରୁ ୨୧୦ କୋଟି ଟଙ୍କା ଆୟ କରିଥିଲା।

ସେହିପରି ବିଜେପି ୨୦୧୮-୧୯ରେ ୧,୦୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୭-୧୮ରେ ୭୫୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅର୍ଥାତ୍ ୨୦୧୭-୧୮ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ବିଜେପି ୩୨ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି।୨୦୧୮-୧୯ରେ ବିଜେପି ୭୯୨.୪ କୋଟି ଟଙ୍କା ନିର୍ବାଚନ ପ୍ରଚାର ଏବଂ ଅନ୍ୟାନ୍ୟ ପ୍ରଚାରରେ ଖର୍ଚ୍ଚ କରିଥିବା ବେଳେ ୨୦୧୭-୧୮ରେ ମୋଟ୍ ୫୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

କଂଗ୍ରେସ ମଧ୍ୟ ନିର୍ବାଚନ କମିଶନ ନିକଟରେ ବାର୍ଷିକ ଆୟ ବୟର ରିପୋର୍ଟ ଦାଖଲ କରିଛି। ୨୦୧୮-୧୯ରେ କଂଗ୍ରେସ ୯୧୮ କୋଟି ଟଙ୍କା ଆୟ କରିଛି। ୨୦୧୭-୧୮ରେ ଆୟର ପରିମାଣ ୧୯୯ କୋଟି ଥିଲା। ଯାହାକି ୨୦୧୮-୧୯ ତୁଳନାରେ ୩୬୧ ପ୍ରତିଶତ ଅଧିକ। ୨୦୧୮-୧୯ରେ କଂଗ୍ରେସ ୪୭୦ କୋଟି ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବଣ୍ଡ ମାଧ୍ୟମରେ କଂଗ୍ରେସ ୩୮୦ କୋଟି ଟଙ୍କା ୨୦୧୮-୧୯ରେ ଆୟ କରିଥିବା ବେଳେ ୨୦୧୭-୧୮ରେ କିନ୍ତୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମାତ୍ର ୫ କୋଟି ଟଙ୍କା ପାଇଥିବା କଂଗ୍ରେସ ଅଡିଟ ରିପୋର୍ଟରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ୨୦୧୭-୧୮ ପୂର୍ବରୁ କଂଗ୍ରେସର ଆୟ ଭଲ ନଥିଲା। ହେଲେ ୨୦୧୮ ଶେଷ ବେଳକୁ ଦେଶର ହିନ୍ଦୀ ହାର୍ଟଲ୍ୟାଣ୍ଡ (ଛତିଶଗଡ-ମଧ୍ୟପ୍ରଦେଶ-ରାଜସ୍ଥାନ)ରେ କଂଗ୍ରେସ ସରକାର ଗଢ଼ିବାରେ ସଫଳ ହୋଇଛି। ସେହିପରି ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ବିଧାନସଭା ନିର୍ବାଚନରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏହାପରେ କଂଗ୍ରେସର ଆୟ ବଢ଼ିଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/305Ze9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages