ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା କୋଚିଆ କୋଇଲି ପଞ୍ଚାୟତର କରଞ୍ଜେଇ ଗାଁ ଲୋକେ ଏକ ମିନି ଟ୍ରକ୍କୁ ଅଟକାଇ ୬୦ଟି ଗୋରୁ ଉଦ୍ଧାର କରିଛନ୍ତି। ସେଥିମଧ୍ୟରୁ ୪ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଗୋରୁ ବୋଝେଇ ଏହି ମିନି ଟ୍ରକ୍ ପାଖର ଛକରୁ ବାଲେଶ୍ୱର ଆଡ଼କୁ ଯାଉଥିଲା।
ଗତକାଲି ରାତି ପ୍ରାୟ ୩ଟା ବେଳେ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ଏହି ଗୋରୁ ବୋଝେଇ ମିନି ଟ୍ରକ୍କୁ ପାଖର ଛକରୁ ପିଛା କରିଥିଲା। ତେବେ ମିନି ଟ୍ରକ୍ଟି କରଞ୍ଜେଇ ଗାଁ ଭିତରକୁ ପଶି ଆସିଥିଲା। ଏହାପରେ ଗାଁ ଲୋକେ ମିନି ଟ୍ରକ୍ଟିକୁ ଅଟକାଇଥିଲେ। ଆଉ ଟ୍ରକ ପଛ ଡାଲାରୁ ୬୦ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ୪ଟି ଗୋରୁଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମିନି ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଡ୍ରାଇଭର ଫେରାର୍ ହୋଇଯାଇଛି।
from Odisha Reporter https://ift.tt/2ugR81O
No comments:
Post a Comment