ଭାରତରେ ଲଞ୍ଚ୍‌ ହେବ Honor 9X - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ଭାରତରେ ଲଞ୍ଚ୍‌ ହେବ Honor 9X

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ ‘ଅନର୍‌’ ଭାରତରେ ତା’ର ନୂଆ ସ୍ମାର୍ଟଫୋନ୍‌ Honor 9X 14 ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନୀ ଏହାକୁ ଜାନୁଆରୀ ୧୪ ତାରିଖରେ ଭାରତୀୟ ବଜାରକୁ ଆଣିବାକୁ ଯୋଜନା ରଖିଛି। ଏଥିପାଇଁ ଫ୍ଲିପ୍‌କାର୍ଟରେ ଏକ ବିଶେଷ ପେଜ୍‌ ତିଆରି କରାଯାଇଛି।

ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ୧୬ ମେଗାପିକ୍ସେଲ୍‌ର ପପ୍‌ ଅପ୍‌ କ୍ୟାମେରା। ଏହାର ଉଭୟ ଫ୍ରଣ୍ଟ ଓ ରିୟର୍‌ କ୍ୟାମେରାରେ ଷ୍ଟୁଡିଓ ଗ୍ରେଡ୍‌ ଲାଇଟିଂ ଇଫେକ୍ଟସ୍ ଦିଆଇଥିବା ଚର୍ଚ୍ଚା ହେଉଛି। କମ୍ପାନୀ ଏହି ଫୋନ୍‌କୁ ଗତବର୍ଷ ଚୀନ୍‌ରେ ଲଞ୍ଚ୍‌ କରିଥିଲା। ସେଠାରେ ଏହାର ମୂଲ୍ୟ 1,399 UAN ରହିଛି, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୧୫ ହଜାର ଟଙ୍କା ହେବ। ଆଶା କରାଯାଉଛି, ଭାରତରେ ମଧ୍ୟ ଏହି ଫୋନ୍‌ର ମୂଲ୍ୟ ଏହା ପାଖାପାଖି ହିଁ ରହିବ।

Honor 9Xର ଫିଚର୍‌:

  • ଡିସ୍‌ପ୍ଲେ ସାଇଜ୍‌: ୬. ୯ଇଞ୍ଚ୍ ୱିଥ୍  394ppi ପିକ୍ସେଲ୍‌ ଡେନ୍‌ସିଟି
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ EMUI 9.1.1
  • ପ୍ରୋସେସର୍: କମ୍ପାନୀର ଇନ୍‌ହାଉସ୍‌ ପ୍ରୋସେସର୍  Kirin 710F
  • ରାମ୍: 4GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 48 MP + 2 MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 4,000mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।

 



from Odisha Reporter https://ift.tt/39M0wuL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages