ଚେହେରା ନେଇ ଖୁସି ଅଛନ୍ତି ସୂର୍ଯ୍ୟମୟୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ଚେହେରା ନେଇ ଖୁସି ଅଛନ୍ତି ସୂର୍ଯ୍ୟମୟୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଚାଲିଛି। ତାଙ୍କ ମୁହଁ ପାଇଁ ତାଙ୍କୁ ଫିଲ୍ମ ମିଳୁନି ବୋଲି ଲୋକମାନେ କହୁଛନ୍ତି। ତାଙ୍କ ମୁହଁ ଚାରି କୋଣିଆ ଅର୍ଥାତ୍‌ ଜ ଲାଇନ୍‌ ରହିଥିବାରୁ କୁଆଡ଼େ ତାଙ୍କୁ ଭଲ ଚରିତ୍ରର ଅଫର ମିଳୁନି ବୋଲି ଚର୍ଚ୍ଚା ହେଉଛି।

ଏମିତି ଗୁଜବ ଶୁଣିବା ପରେ ସୂର୍ଯ୍ୟମୟୀ କହିଛନ୍ତି, ଲୋକମାନେ ଯାହାକୁ ଚାରିକୋଣିଆ ଚେହେରା ଭାବୁଛନ୍ତି ସେଇଟା ମୋ ପାଇଁ ବହୁତ ଲକି। କାରଣ ଏମିତି ଚେହେରା ପାଇବା ପାଇଁ ଝିଅମାନେ ମେଡିକାଲ୍‌ ଯାଉଛନ୍ତି। ମୋ ବାପାଙ୍କର ଏମିତି ଚେହେରା। ସେଥିପାଇଁ ମତେ ଏହି ଚେହେରା ମିଳିଛି। ଏମିତି ଚେହେରା ପାଇଁ ମତେ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି। ଏଇ ଜ ଲାଇନ୍‌ ମତେ ସମସ୍ତଙ୍କଠାରୁ ନିଆରା କରିରଖେ। ଯିଏ ଯାହା କୁହନ୍ତୁ ମୁଁ କିନ୍ତୁ ଖୁସି ଅଛି ମୋ ଚେହେରାକୁ ନେଇ।

ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଆମ ରାଜାବାବୁ ଘର ଖାନାରେ ଯୋଗଦେଇ ଏକଥା କହିଛନ୍ତି ସୂର୍ଯ୍ୟମୟୀ।

 ଏଥିସହ ସୂର୍ଯ୍ୟମୟୀ ଆଗକୁ ଦମ୍‌ଦାର ଚରିତ୍ରରେ ଅଭିନୟ କରିବାର ଆଶା ରଖିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ମିଷ୍ଟର ମଜ୍‌ନୁ’ରେ ତାଙ୍କୁ ଏକ ଦମ୍‌ଦାର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଆଗକୁ ମଧ୍ୟ ସେ ସେମିତି କିଛି ପ୍ରୋଜେକ୍ଟରେ କାମ କରିବାକୁ ଚାହାନ୍ତି। ସୂର୍ଯ୍ୟମୟୀ ଆହୁରି କହିଛନ୍ତି, ତାଙ୍କୁ ଏମିତି ଚରିତ୍ର ଦରକାର ଯାହା କରିବାକୁ ତାଙ୍କୁ ଭୟ ଲାଗୁଥିବ। ତଥାପି ସେ ରିସ୍କ ନେଇ ସେଇଟା କରିବେ। କାରଣ ନିଜ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି ବୋଲି କୁହିଛନ୍ତି ସୂର୍ଯ୍ୟମୟୀ।



from Odisha Reporter https://ift.tt/2vZ2KaJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages