ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାକୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏହି ସିଏଏ ବିରୋଧୀ ରାଲି। ଅମୂଲ୍ୟାକୁ ବେଙ୍ଗାଲୁରୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ ଚଉଦ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଯାଇଛି।
#WATCH Ruckus erupts at the protest rally against CAA&NRC in Bengaluru where AIMIM Chief Asaddudin Owaisi is present. A woman named Amulya at the protest rally says "The difference between Pakistan zinadabad and Hindustan zindabad is…". pic.twitter.com/FPh5Ccu3HD
— ANI (@ANI) February 20, 2020
ଓଓ୍ୱେସୀ ରାଲିକୁ ଉଦବୋଧନ ଦେଇ ପଳାଇ ଯାଉଥିବା ବେଳେ ହଠାତ ଯୁବତୀ ଜଣଙ୍କ ମଞ୍ଚ ଉପରକୁ ଉଠି ଆସି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ଜିନ୍ଦାବାଦର ନାରା ଦେଇଥିଲେ। ଏହାପରେ ଓଓ୍ୱେସୀ ଫେରିଆସି ଯୁବତୀ ଧରିଥିବା ମାଇକକୁ ଛଡ଼ାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: ଓୱେସୀଙ୍କ ରାଲିରେ ବାରିସ ପଠାନ କହିଲେ ଆମେ ୧୫ କୋଟି ହୋଇପାରୁ, କିନ୍ତୁ ସମୟ ଆସିଲେ ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବୁ। ଓୱେସୀ ଚୁପ୍।
from Odisha Reporter https://ift.tt/32fOciI
No comments:
Post a Comment