ସ୍ୱାମୀଙ୍କର ଚାଲିଥିଲା ଚୋରା ପୀରତି, ପାଟି ଫିଟାଇବାରୁ ସ୍ତ୍ରୀ ଭୋଗିଲେ ଏମିତି ଦଶା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ସ୍ୱାମୀଙ୍କର ଚାଲିଥିଲା ଚୋରା ପୀରତି, ପାଟି ଫିଟାଇବାରୁ ସ୍ତ୍ରୀ ଭୋଗିଲେ ଏମିତି ଦଶା…

ଯାଜପୁର(ଅଭୟ ପତି): ସ୍ୱାମୀଙ୍କର ଚାଲିଥିଲା ଚୋରା ପିରତି। ଆଉ ଜଣେ ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କକୁ ସହ୍ୟ କରିବା ପତ୍ନୀଙ୍କ ପକ୍ଷେ ଅସହ୍ୟ ହେଲା। ହେଲେ ପାଟି ଫିଟାଇଲେ ମାଡ଼, ଗାଳି ପଡ଼ୁଥିଲା। ଏହି କଳି କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କୁ ମାରପିଟ କରିବା ସହ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଛନ୍ତି ।

ଗୁରୁତର ଅବସ୍ଥାରେ ମହିଳାଜଣକ ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଯାଜପୁର ରୋଡ ଥାନା ଅନ୍ତର୍ଗତ ନୂଆ ମାର୍କେଟ ଗାନ୍ଧି ଛକ ନିକଟରେ ଘଟିଥିବା ଜଣାଯାଇଛି।

ସୂଚନାଅନୁସାରେ, ସ୍ୱାମୀ  ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବିଷୟରେ ଜାଣିବା ପରେ ମହିଳାଜଣକ ଏହାର ପ୍ରତିବାଦ କରିଥିଲେ। ଏଥିଯୋଗୁ ମହିଳାଙ୍କୁ ତାଙ୍କ  ସ୍ୱାମୀ ଅନେକ ସମୟରେ ନିସ୍ତୁକ ମାଡ଼ ମାରୁଥିଲେ।  ଏଥିରେ ଅତିଷ୍ଠ ହୋଇ ସେ ଅନେକ ସମୟରେ ନିଜ ବାପ ଘରକୁ ପଳାଉଥିଲେ। ହେଲେ ଗତକାଲି ବ୍ୟକ୍ତିଜଣକ ଜଣେ ମହିଳାଙ୍କ ସହ ଫୋନରେ ଗପୁଥିବା ବେଳେ ଏହା ଦେଖି ତାଙ୍କ ସ୍ତ୍ରୀ ବାରଣ କରିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କୁ ତାଙ୍କ ସ୍ୱାମୀ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଉପରେ କିରାସିନି ଢାଳି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ମହିଳାଙ୍କ ଶରୀର ୮୦ ଭାଗରୁ ଅଧିକ ପୋଡ଼ିଯାଇଛି।  ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇ ନାହିଁ। ଖବର ପାଇ ଯାଜପୁର ରୋଡ ପୁଲିସ୍‌ ପହଞ୍ଚି  ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/2T14adG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages