ଥପ୍ପଡ୍‌ ଫିଲ୍ମର ଟ୍ରେଲର ଦେଖି ସ୍ୱାମୀଙ୍କୁ ପିଟିବେ ବୋଲି କହିଲେ ମହିଳା, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଥପ୍ପଡ୍‌ ଫିଲ୍ମର ଟ୍ରେଲର ଦେଖି ସ୍ୱାମୀଙ୍କୁ ପିଟିବେ ବୋଲି କହିଲେ ମହିଳା, ଭିଡିଓ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମଟିର କାହାଣୀକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ଚାଲିଛି। ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ସଂପର୍କରେ ସତେଚନତା ସୃଷ୍ଟି କରିବା ଦିଗରେ ଏହି ଫିଲ୍ମର କାହାଣୀ ଆଧାରିତ ହୋଇଛି। ଏହାକୁ ନେଇ ଆଲୋଚନା ହେଉଥିବା ବେଳେ ଏବେ ଏକ ଭିଡିଓ ଭାରି ଭାଇରାଲ୍ ହେଉଛି, ଯେଉଁଥିରେ ଘରୋଇ ହିଂସାରେ ପୀଡ଼ିତ ଜଣେ ମହିଳା ନିଜ ଅଧିକାରକୁ ନେଇ ସ୍ୱର ଉଠାଇଛନ୍ତି।

ଏହି ଭିଡିଓଟିକୁ ତାପସୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର୍ କରିଛନ୍ତି। ଏଥିରେ ମହିଳା ଜଣକ କହୁଛନ୍ତି, “ଯଦି ମୋ ସ୍ୱାମୀ ମୋତେ ମାରିବେ, ତା’ହେଲେ ମୁଁ ବି ତାଙ୍କୁ ମାରିବି ଏବଂ ପରେ ପୁଲିସ୍ ପାଖକୁ ନେଇକି ଯିବି।”

ସୂଚନାଯୋଗ୍ୟ, ଏହି ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିସାରିଛନ୍ତି। କିନ୍ତୁ ବାରମ୍ୱାର ଘରୋଇ ହିଂସାର ଶିକାର ହୋଇ ମଧ୍ୟ ସେ ପୁଣି ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ଆସନ୍ତି। ଏବେ ‘ଥପ୍ପଡ୍‌’ ଫିଲ୍ମର ଟ୍ରେଲର ଦେଖିବା ପରେ ମହିଳା ଜଣଙ୍କ ପୁଣି ସାହସ ଜୁଟାଇ ନିଜ ଅଧିକାର ପ୍ରତି ସଚେତନ ହୋଇଛନ୍ତି।

ତାପସୀ ଟ୍ୱିଟରରେ ଏହି ଭିଡିଓଟିକୁ ଶେଆର କରି ଲେଖିଛନ୍ତି, “ଏହା ଦେଖି ମୋ ଆଖିରୁ ଲୁହ ବାହାରି ପଡ଼ିଥିଲା। ଆମ ମଧ୍ୟରୁ ଅନେକ ମହିଳା ଏମିତି ଚୁପ୍‌ଚାପ ଦିନରାତି ଏହିସବୁ କଥାକୁ ସହି ଯାଉଛନ୍ତି। ଆଶା କରୁଛି ଏବେ ଆଉ କେହି ଏହାକୁ ଚୁପ୍‌ଚାପ୍ ସହିବେ ନାହିଁ। ସେମାନେ ନିଶ୍ଚିତ କିଛି କରିବେ।”

 



from Odisha Reporter https://ift.tt/392U3Kw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages