ଡବଲ ମର୍ଡର ମାମଲାର ଚାଞ୍ଚଲ୍ୟକର ଖୁଲାସା; ବୋଲେରୋ ସହ ବ୍ୟବହାର ହୋଇଥିଲା ଆଉ ଏକ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଡବଲ ମର୍ଡର ମାମଲାର ଚାଞ୍ଚଲ୍ୟକର ଖୁଲାସା; ବୋଲେରୋ ସହ ବ୍ୟବହାର ହୋଇଥିଲା ଆଉ ଏକ ଗାଡ଼ି

ଝାରସୁଗୁଡ଼ା(ଭାଗିରଥୀ ସାହୁ ): ବହୁ ଚର୍ଚ୍ଚିତ କଳ୍ପନା ଓ ବବଲି ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଏବେ ପୁଲିସ୍ କବଜାରେ। ଉଭୟଙ୍କ ଗିରଫଦାରୀ ପରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।  ହତ୍ୟାକାଣ୍ଡରେ ବୋଲେରୋ ପରେ ପରେ ଏକ ଇନୋଭା ଗାଡ଼ିର ବ୍ୟବହାର ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଉକ୍ତ ଗାଡ଼ି କାହା ମାଲିକାନାରେ ଅଛି, ସେଦିନ ଉକ୍ତ ଗାଡ଼ିରେ କିଏ କିଏ ଥିଲେ, ତା’ର ବ୍ୟବହାର କ’ଣ ପାଇଁ ହୋଇଥିଲା, ଏପରି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର  ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ଏହି ଡବଲ୍‌ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି। ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ୨ଟି ବ୍ରାଣ୍ଡ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ଥିଲା।

୨୦୧୪ ନିର୍ବାଚନ ପାଇଁ ଅନୁପ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ତାଙ୍କ ପାଖରେ OR 02AY 8596 ନମ୍ବର ବିଶିଷ୍ଟ ଗୋଟିଏ ବୋଲେରୋ ରହିଛି। ଯାହାକୁ ସେ ୨୦୦୯ରୁ ବ୍ୟବହାର କରି ଆସୁଥିଲେ। ତେବେ ଅଚାନକ୍ ଏହି ଗାଡ଼ିକୁ ୨୦୧୬ରେ ତାଙ୍କ ସମ୍ପର୍କୀୟ ସୁନୀଲ ସାଇ ଦେଓଙ୍କୁ ଅନୁପ ବିକ୍ରି କରି ଦେଇଥିଲେ। ଏହି ଗାଡ଼ିକୁ ଗୁଜରାଟ ନେବା ପାଇଁ ଭୁବନେଶ୍ୱର ଆର୍‌ଟିଓଙ୍କ ପାଖରେ NOC ପାଇଁ ଆବେଦନ ହୋଇଥିଲା ଏବଂ ୨୦୧୭ ଜୁଲାଇ ୧୯ରେ ଏନେଇ ଅନୁମତି ମିଳିଥିଲା। ହେଲେ ଏହି ଗାଡ଼ି ଗୁଜରାଟ ନ ଯାଇ ଓଡ଼ିଶାରେ ହିଁ ଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି, ବୋଲେରୋ ବିକ୍ରି ହୋଇଛି ଓ ଗୁଜରାଟ ପାଇଁ NOC ନିଆଗଲା ତେବେ ଏହା ଓଡ଼ିଶାରେ କାହିଁକି ରହିଲା, ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ୍‌। ଅପରକ୍ଷେ NOC ନେବା ଆଳରେ କିଛି ଲୁଚା ଯାଉଥିବା ନେଇ ମଧ୍ ସନ୍ଦେହ ସୃଷ୍ଟି ହେଉଛି।

ସେହିପରି ୨୦୧୫ ଜୁଲାଇ ୬ରେ OD 02V 9744 ନମ୍ବର ବିଶିଷ୍ଟ ଏକ ଇନୋଭା ଗାଡ଼ି ଅନୁପ ସାଏ କିଣିଥିଲେ। ଯାହାକୁ ସେ ଏବେ ବି ବ୍ୟବହାର କରୁଛନ୍ତି। ତେଣୁ ଏହି ଦୁଇଟି ଗାଡ଼ି କଳ୍ପନା ଓ ତାଙ୍କ ଝିଅଙ୍କ ହତ୍ୟାରେ ବ୍ୟବହୃତ ହୋଇଥିଲା କି ନାହିଁ ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି।



from Odisha Reporter https://ift.tt/2uT4ZMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages