ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ହିଂସାକାଣ୍ଡ କମିବାର ନାମ ଧରୁନି। ଦିନ ଦ୍ୱିପ୍ରହରରେ ନକ୍ସଲମାନେ ବର୍ବର କାଣ୍ଡ ଘଟାଇ ଫେରାର ହୋଇଯାଉଥିବା ବେଳେ ପୁଲିସ୍ ସେମାନଙ୍କ ନାଁଗନ୍ଧ ପାଉ ନାହିଁ।
ଗତ ରବିବାର ଯୋଡ଼ାମ୍ଭ ଗ୍ରାମର ଦୀନବନ୍ଧୁ ବେପାରୀ ନାମକ ବ୍ୟକ୍ତି ପନସପୁଟ ସାପ୍ତାହିକ ହାଟକୁ ଯିବା ବେଳେ ରାସ୍ତାରେ ନକ୍ସଲମାନେ ତାଙ୍କୁ ଅଟକାଇ ହତ୍ୟା କରିଥିଲେ। ବିହନଗୁଡି ଛକ ନିକଟରେ ନକ୍ସଲମାନେ ଦୀନବନ୍ଧୁଙ୍କୁ ଗୁଳି କରି ହତ୍ୟା କଲେ । ଏହି ଛକଠାରୁ ମାତ୍ର ୩ କିଲୋମିଟର ଦୂରରେ ଜିଲ୍ଲା ପୁଲିସ୍ ଓ bsf କ୍ୟାମ୍ପ ଥାଇ ବି ନକ୍ସଲଙ୍କ ଏପରି ଦମନଲୀଳା ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୨୫ ତାରିଖରୁ ଜନ୍ତୁରାଇ ଗ୍ରାମରେ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାଭିମାନ ଅଞ୍ଚଳ ଦୁଇ ଭାଗ ହୋଇଯାଇଥିଲା। ଗୋଟିଏ ଭାଗ ବିକାଶ ସପକ୍ଷ(ପ୍ରଶାସନ ଓ ପୁଲିସ୍ ସପକ୍ଷ) ଅନ୍ୟଟି ବିକାଶ ବିରୋଧୀ(ମାଓବାଦୀଙ୍କ ସପକ୍ଷ) ଭାବେ ଛିଡ଼ା ହୋଇଥିଲେ । ଏହି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଥମିବା ନାଁ ଧରୁନି। ଲାଲବାହିନୀ ଏପରି ହିଂସାକାଣ୍ଡ ଘଟାଇ ନିଜ ସ୍ଥିତି ଜାହିର କରୁଥିବା ବେଳେ ବିକାଶ ସପକ୍ଷରେ ଥିବା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
from Odisha Reporter https://ift.tt/2vcGOc1
No comments:
Post a Comment