କେଉଁ ତେଲ ରୋଷେଇ ପାଇଁ ଭଲ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

କେଉଁ ତେଲ ରୋଷେଇ ପାଇଁ ଭଲ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଲି ହେଉ କିମ୍ୱା ତରକାରି ସବୁଥି ପାଇଁ ତେଲ ଜରୁରୀ। ନ ହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ। ତେବେ କେଉଁ ତେଲ ଶରୀର ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ୍‌ ଓ ଆବାକଡୁ ତେଲ ସବୁଠୁ ଭଲ।

କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍‌ ବ୍ୟବହାର କରିଥା’ନ୍ତି। ରିଫାଇଣ୍ଡ୍‌ ଅଏଲ୍‌ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହି ତେଲକୁ ଉଚ୍ଚ ତାପମାତ୍ରାରେ ତିଆରି କରାଯାଏ। ତେଣୁ ଏଥିରେ ନ୍ୟୁଟ୍ରିସନ୍ସ କମ୍‌ ରହିଥାଏ। ତେଣୁ ରିଫାଇଣ୍ଡ ତେଲରେ ଟ୍ରାନ୍ସ ଫ୍ୟାଟ୍‌ ଅଧିକ ରହିଛି, ଯାହା ଶୀରରକୁ କ୍ଷତି ପହଞ୍ଚାଇଥାଏ।

ଯଦି ପାରୁଛନ୍ତି ରୋଷେଇରେ ସୋରିଷ ତେଲ ବ୍ୟବହାର କରନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସୋରିଷ ତେଲକୁ ଆପଣ ତରକାରି, ଡ଼ାଲି ଓ ଭଜା କରିବା ପାଇଁ ବ୍ୟବହାର କରିପାରିବେ।

ସେହିପରି ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ବା ପେଡ଼ା ହେଉଥିବା ଯେକୌଣସି ଖାଇବା ତେଲ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ। ତେବେ ଯେକୌଣସି ଖାଇବା ତେଲକୁ କମ୍ ବ୍ୟବହାର କଲେ ଭଲ। ମାତ୍ରାଧିକ ମସଲା ଭଳି ମାତ୍ରାଧିକ ତେଲ ବି ଶରୀର ପାଇଁ ଭଲ ନୁହେଁ।



from Odisha Reporter https://ift.tt/39DRleU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages