ମୁମ୍ବାଇ: ‘ବିଗ୍ ବସ୍-୧୩’ରେ ଏବେ ଜବରଦସ୍ତ କଳି ଝଗଡ଼ା ଦେଖିବାକୁ ମିଳୁଛି। ଏ ସମସ୍ତଙ୍କ ଭିତରେ ଶୋ’ ଆରମ୍ଭରୁ ପରସ୍ପରର ଶତ୍ରୁ ସାଜିଥିବା ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମି ଦେଶାଇଙ୍କ ଝଗଡ଼ା ସବୁଠୁ ଅଧିକ ଚର୍ଚ୍ଚାରେ ରୁହେ। ଦୁହେଁ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଶୋ’ର ପ୍ରଥମ ଦିନରେ ହିଁ ଦୁହିଁଙ୍କର ଝଗଡ଼ା ହୋଇଯାଇଥିଲା।
ଏମାନେ ହିଟ୍ ସିରିଏଲ ‘ଦିଲ୍ ସେ ଦିଲ୍ ତକ୍’ରେ ଏକାଠି କାମ କରୁଥିଲେ। ସେତେବେଳେ ବି ଦୁହିଁଙ୍କ ଝଗଡ଼ା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଶୋ’ରେ ଏମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିନେଇଥିଲା। ଏମାନଙ୍କ ସମ୍ପର୍କରେ ଥିବା ତିକ୍ତତା ବିଗ୍ ବସ୍ରେ ସ୍ପଷ୍ଟ ଭାବେ ଜଣା ପଡ଼ୁଥିଲା। ହେଲେ ଆଜିକାଲି ଦୁହିଁଙ୍କ ଭିତରେ ଧୀରେ ଧୀରେ ସବୁକିଛି ଠିକ୍ ହେବାକୁ ଲାଗିଲାଣି। ଦୁହେଁ ପରସ୍ପର ସହ କଥା ମଧ୍ୟ ହେଲେଣି। ହେଲେ ଏମାନଙ୍କ ଭିତରେ ପୂରା ସିଜିନ୍ରେ ଯେଉଁ ଜୋର୍ଦାର୍ ଝଗଡ଼ା ହୋଇଥିଲା ତା ପରେ ଏମାନେ କେବେ ହେଲେ ଏକାଠି କାମ କରିବେ ନାହିଁ ବୋଲି ଦର୍ଶକ କହୁଥିଲେ।
ହେଲେ ଗତ ଏପିସୋଡ୍ରେ ଏହାର କିଛି ଓଲଟା ଦେଖିବାକୁ ମିଳିଥିଲା ଯେତେବେଳେ ଘରେ ପ୍ରେସ୍ କନ୍ଫରେନ୍ସ ହେଉଥିଲା। ଗଣମାଧ୍ୟ ରଶ୍ମି ଓ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ‘ବିଗ୍ ବସ୍ ୧୩’ ପରେ ଆଗକୁ କେଉଁ ସରିଏଲ୍ରେ ନଜର ଆସିବେ। ଏହାର ଉତ୍ତର ଦେଇ ରଶ୍ମି କହିଥିଲେ, ‘ଶୋ’ ଯେବେ ଆସିବ ସେବେ ଦେଖାଯିବ ଯେ କାହାଣୀ କ’ଣ ଅଛି। କିନ୍ତୁ ହଁ, ଏଥର ମୁଁ ବାଞ୍ଝ ଭୂମିକାରେ ଅଭିନୟ ଆଦୌ କରିବି ନାହିଁ। ସୂଚନାଯୋଗ୍ୟ, ରଶ୍ମି ‘ଦିଲ୍ସେ ଦିଲ୍ ତକ୍’ ସିରିଏଲ୍ରେ ଜଣେ ବାଞ୍ଝ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ। ଅନ୍ୟପଟେ ସିଦ୍ଧାର୍ଥ ରଶ୍ମିଙ୍କ ଏଭଳି କଥା ଶୁଣି ହସିବାକୁ ହସିଥିଲେ। ଓ ତାଙ୍କ ସହ ସେ ମଧ୍ୟ ଏଥିରେ ସମର୍ଥନ ଦେଇଥିଲେ। ସେ କହିଥିଲେ ଯେ ଯଦି ଚ୍ୟାନେଲ୍ ଓ ପ୍ରଡ୍ୟୁସର ଏହା ଚାହିଁବେ ଦେଖିବା।
Dil se Dil tak, bedroom se swimming pool tak lagne wali hai @sidharth_shukla aur @TheRashamiDesai ke beech romance ki chingari! 🔥
Watch this tonight at 10:30 PM.Anytime on @justvoot. @Vivo_India @AmlaDaburIndia @bharatpeindia @BeingSalmanKhan #BiggBoss13 #SalmanKhan #SidRa pic.twitter.com/BiSkb2IKCG
— COLORS (@ColorsTV) November 24, 2019
ତେବେ ରଶ୍ମି ଓ ସିଦ୍ଧାର୍ଥଙ୍କ ଏପରି ମନ୍ତବ୍ୟ ଫ୍ୟାନ୍ମାନଙ୍କ ମଧ୍ୟରେ ସେମାନଙ୍କୁ ପୁଣି ଏକାଠି ଦେଖିବାର ଆଶାକୁ ବାନ୍ଧିଦେଇଛି। ପୂର୍ବରୁ ମଧ୍ୟ ଥରେ ଏକ ଟାସ୍କ ଜରିଆରେ ଏହି ଜାନି ଦୁଷ୍ମନ ଯୋଡ଼ିଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଥିଲା ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।
from Odisha Reporter https://ift.tt/2unAfmw
No comments:
Post a Comment