‘୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମା’ଙ୍କ ପରି ମୁଁ ବି ଆତ୍ମାହୂତି ଦେବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

‘୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମା’ଙ୍କ ପରି ମୁଁ ବି ଆତ୍ମାହୂତି ଦେବି’

ବ୍ରହ୍ମପୁର(ଜଗନ୍ନାଥ ସାହୁ): “ପ୍ରଥମେ ଦୁର୍ବୃତ୍ତମାନେ ମୋତେ ଆକ୍ରମଣ କରିଥିଲେ । ହେଲେ ବୟାନ ରେକର୍ଡ ବାହାନାରେ ଥାନାକୁ ଡାକି ପୁଲିସ୍‌ ମୋତେ ଗିରଫ କରିନେଲା । ମିଥ୍ୟା କେସ୍‌ରେ ଫସାଇଲା। ଏସ୍‌ପିଙ୍କ ସାକ୍ଷାତ ନ ପାଇ ମା’ ଆତ୍ମାହୂତି ଉଦ୍ୟମ କରି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେଣୁ ୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମୁଁ ମଧ୍ୟ ଆତ୍ମାହୂତି ଦେବି”। ଏ ପ୍ରକାର  ଚେତାବନୀ ଦେଇଛନ୍ତି ଆତ୍ମାହୂତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ ରାଜା ମିଶ୍ର । ଅନ୍ତରୀଣ ଜାମିନରେ ମୁକୁଳିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ଏପରି ବୟାନ ଦେଇଛନ୍ତି।

ଜାମିନରୁ ବାହାରିବା ପରେ ରାଜା ଅଭିଯୋଗ କରିଛନ୍ତି,  ଯେତେବେଳେ ପ୍ରଥମେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ, ସେ ସଂପର୍କରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।  ହେଲେ ପୁଲିସ୍‌ ତାଙ୍କୁ ମିଥ୍ୟା କେସ୍‌ରେ  ଫସାଇ  ଗିରଫ କରିଥିଲା । ମା’ ମିନାକ୍ଷୀ ମିଶ୍ରଙ୍କ ଆତ୍ମାହୂତି ପାଇଁ ପୁଲିସ୍‌କୁ ଦାୟୀ କରି ରାଜା କହିଛନ୍ତି, ଯଦି ତାଙ୍କୁ ନ୍ୟାୟ ନ ମିଳେ, ସେ ମଧ୍ୟ ବାଧ୍ୟ ହୋଇ ଏପରି ଚରମ ପଦକ୍ଷେପ ନେବେ । ୨୫ ତାରିଖ ଯାଏ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

ଗତ ୨୮ ତାରିଖରେ ବାଇକ୍ ପାର୍କିଂକୁ କେନ୍ଦ୍ର କରି ରାଜା ଓ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲାରେ ସୁନୀଲ ମହାରଣା ନାମକ ଅନ୍ୟ ଜଣେ ଯୁବକ ଓ ତାଙ୍କ କେତେକ ସହଯୋଗୀଙ୍କୁ ଗିରଫ କରିଥିଲା ପୁଲିସ୍‌।  ସେମାନଙ୍କର ପାଲଟା ଅଭିଯୋଗରେ ରାଜା ବି ଗିରଫ ହୋଇଥିଲେ। ଏହି ଘଟଣାରେ ରାଜାଙ୍କ ମା’  ଆତ୍ମାହୂତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମିନାକ୍ଷୀ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/38qheid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages