ଏୟାର ଇଣ୍ଡିଆର ୫୧ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨୨,୦୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ଏୟାର ଇଣ୍ଡିଆର ୫୧ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨୨,୦୦୦ ଟଙ୍କା

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ଖାଲି ପଡ଼ିଥିବା ୫୧ଟି ସୁପରଭାଇଜର୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଚାହିଁଲେ ଆବେଦନ କରିପାରିବେ। ୪ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

ମୋଟ ପଦବୀ ଓ ଯୋଗ୍ୟତା

ମୋଟ ୫୧ଟି ସୁପରଭାଇଜର୍‌ ପଦ ରହିଛି। ଏହି ସମସ୍ତ ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ଦରମା ୨୨,୩୭୧ ଟଙ୍କା ମିଳିବ।

ଯୋଗ୍ୟ ଆବେଦନକାରୀ ଏହି ପଦ ପାଇଁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ଏହା ସହିତ ଇଂରାଜୀ ଓ ହିନ୍ଦୀ ଭାଷାରେ ଦକ୍ଷତା ରହିଥିବା ଆବଶ୍ୟକ। ସେହିଭଳି ଆବେଦନକାରୀଙ୍କର ସର୍ବାଧିକ ବୟସ ୩୩ ବର୍ଷ ରଖାଯାଇଛି।

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରଖାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ କୌଣସି ଶୁଳ୍କ ବ୍ୟବସ୍ଥା ରଖାଯାଇନାହିଁ। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଶୁଳ୍କ ଦେବାକୁ ପଡ଼ିବ।

ଅଧିକ ସୂଚନା ପାଇବା ପାଇଁ www.airindia.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।



from Odisha Reporter https://ift.tt/2uoOsjj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages