ନେହା ଓ ଆଦିତ୍ୟଙ୍କ ବାହାଘର ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ନେହା ଓ ଆଦିତ୍ୟଙ୍କ ବାହାଘର ଭିଡିଓ ଭାଇରାଲ୍

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣ ବାହା ହେବେ ବୋଲି ଜୋରସୋର ଚର୍ଚ୍ଚା ଚାଲିଛି। ଚାରିଆଡ଼େ ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ ଏବେ ଭାଇରାଲ୍‌ ହେଉଛି।

‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ମଞ୍ଚ ଉପରେ ହିଁ ଏ ଦୁହିଁଙ୍କର ବିହାହ ସମ୍ପନ୍ନ ହୋଇଯାଇଛି। ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରକୁ ମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏମାନଙ୍କ ପାଖରେ ଏକ ଯଜ୍ଞ କୁଣ୍ଡ ମଧ୍ୟ ରହିଛି ଓ ବ୍ରାହ୍ମଣ ବି ଛିଡ଼ା ହୋଇଛନ୍ତି। ସେମାନଙ୍କ ସହ ଶୋ’ର ଜଜ୍‌ ବିଶାଲ୍‌ ଦଦ୍‌ଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଆପଣଙ୍କ ଅନ୍ଦାଜ୍ ବି ଠିକ୍ ହୋଇପାରେ। ଯେହେତୁ ଏଥିରେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ନାହାନ୍ତି, ତେଣୁ ସ୍ପଷ୍ଟ ହୋଇଯାଇଛି ଯେ ଏହା କେବଳ ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ ଉଦ୍ଦିଷ୍ଟ। ତେବେ ଇଣ୍ଡିଆନ୍ ଆଇଡଲ୍‌ ଷ୍ଟେଜ୍‌ରେ ଆଉ କ’ଣ ସବୁ ଘଟିଛି, ତାହା ଆପଣମାନେ ଆଗାମୀ ଏପିସୋଡ୍‌ରେ ଦେଖିପାରିବେ ଓ ଏ ବାହାଘର କେତେ ସତ, ତାହା ବି ଜାଣିପାରିବେ। ଏହି ଏପିସୋଡ୍‌ରେ ହିମେଶଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ବାହାଘର ଚର୍ଚ୍ଚା ଭିତରେ ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ୍‌ ଭିଡିଓ ‘ଗୋଆ ବିଚ୍‌’ ରିଲିଜ୍‌ ହୋଇଯାଇଛି। ‘ଗୋଆ ବିଚ୍‌’ ଗୀତଟିକୁ  ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତୀତ ଗୀତରେ ଅଭିନେତ୍ରୀ କେଟ୍‌ କ୍ରିଶ୍ଚିୟନ୍‌ ମଧ୍ୟ ଅଛନ୍ତି। ସେ ଏଥିରେ ଟୋନିଙ୍କ ସହ ରୋମାନ୍ସ କରିଛନ୍ତି। ଗୀତଟିକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି।



from Odisha Reporter https://ift.tt/2ULVp8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages