ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି ନାଟକ “କର୍ତ୍ତବ୍ୟ”। ଗତ ୨୨ତାରିଖ ଦିନ ‘ରେଭେନ୍ସା ରତ୍ନ ସମ୍ମାନ ୨୦୨୦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ଏହି ନାଟକଟିକୁ ମଞ୍ଚସ୍ଥ କରାଯାଇଥିଲା। ଯାହା ଦର୍ଶକମାନଙ୍କର ବେଶ୍ ଆଦୃତି ଲାଭ କରିଥିଲା। ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା।
ରେଭନ୍ସୋ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼. ଦେବୀଲାଲ ମିଶ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ ଏହି ନାଟକଟିରେ ସ୍ୱାତୀ, ମନୋରଞ୍ଜନ, ରୋହିତ, ରାକ୍ଷୀ, ବିରଞ୍ଚି, ରୀତା, ସ୍ୱାଗତିକା, ପୂର୍ଣ୍ଣିମା ପ୍ରମୁଖ ଛାତ୍ରଛାତ୍ରୀ ଅଭିନୟ କରିଥିଲେ। ସ୍ୱାତୀ ବୋଲି ଜଣେ ମହିଳା ସାମ୍ବାଦିକର ସଂଘର୍ଷର କାହାଣୀ ଥିଲା ନାଟକର ମୁଖ୍ୟ ବିଷୟବସ୍ତୁ। ଜଣେ ସାମ୍ବାଦିକର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆସୁଥିବା ଆହ୍ୱାନ ଏବଂ ଜଣେ ମହିଳା ସାମ୍ବାଦିକର ଭାବାବେଗକୁ ଅତି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା। ନାଟକଟି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
from Odisha Reporter https://ift.tt/32iUQoH
No comments:
Post a Comment