କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଖୋଲିଲା ଆଇସୋଲେସନ ୱାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଖୋଲିଲା ଆଇସୋଲେସନ ୱାର୍ଡ

ପୁରୀ(ଓଡ଼ିଶା ରିପୋର୍ଟର):ମାରାତ୍ମକ କରୋନା ଭୂତାଣୁ ଚୀନରେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୭୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ହଜାର ୯୫୩ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁରା ସଜାଗ ଅଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ମଧ୍ୟରେ କରୋନା ଭୂତାଣୁ ଆକ୍ରାନ୍ତ ବି  ଚିହ୍ନଟ ହେବାର ଆଶଙ୍କା ରହିଛି । ତେଣୁ ଏପରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଛି ।ଏଠାରେ ୮ଟି ଶଯ୍ୟା ରହିଥିବା ବେଳେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଚୀନ ଓ ତାହାର ଆଖପାଖ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ କରୋନା ଭୂତାଣୁ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଯାଉଛି । ଏଥିଯୋଗୁ  ଆତଙ୍କିତ ନ ହେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2H5uzAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages