ନିର୍ବନ୍ଧ ପୂର୍ବଦିନ ଯାଇଥା’ନ୍ତା ଜୀବନ, ବଞ୍ଚାଇଦେଲେ ‘ଆରପିଏଫ୍‌ ହିରୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ନିର୍ବନ୍ଧ ପୂର୍ବଦିନ ଯାଇଥା’ନ୍ତା ଜୀବନ, ବଞ୍ଚାଇଦେଲେ ‘ଆରପିଏଫ୍‌ ହିରୋ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ରେଲୱେ ଷ୍ଟେସନ୍‌ରେ କାର୍ଯ୍ୟରତ ଜଣେ ରେଲୱେ ପୁଲିସ୍‌ ଫୋର୍ସ (ଆରପିଏଫ୍‌) କନଷ୍ଟେବଲ ଏପରି କାମ କରିଛନ୍ତି ଯାହାକି ସାରା ଦେଶରୁ ପ୍ରସଂଶା ସାଉଁଟୁଛି। ଶନିବାର ସୁବ୍ରତ ମହାରଣା ନାମକ ଏହି କନଷ୍ଟେବଲ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଛନ୍ତି। ମାତ୍ର ୧୫ ସେକେଣ୍ଡରେ ଯାତ୍ରୀ ଜଣଙ୍କର କିଛି ହେବା ଆଗରୁ ଟ୍ରେନ୍‌ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଗ୍ୟାପ୍‌ରୁ ସେ ଭିଡ଼ି ଆଣି ପାରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଯାତ୍ରୀଙ୍କ ନାମ ନିବେଦିତା ସାହୁ। ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଇଟି ଅଧ୍ୟାପିକା ଅଛନ୍ତି। ସେ ଢେଙ୍କାନାଳ ଯିବା ପାଇଁ ପୁରୀ-ସମ୍ବଲପୁର ଏକ୍ସପ୍ରେସରେ ଚଢ଼ିବାର ଥିଲା। ତେବେ ସେ ଚଢ଼ିବା ବେଳେ ଅସାବଧାନତା କାରଣରୁ ଗ୍ୟାପ୍‌ରେ ଖସିପଡ଼ିଥିଲେ। ପରେ ଜଣାପଡ଼ିଛି ରବିବାର ନିବେଦିତାଙ୍କ ନିର୍ବନ୍ଧ ହେବାର ସ୍ଥିର ହୋଇଥିଲା। ସେହି କାରଣରୁ ହିଁ ସେ ତରତର ହୋଇ ଘରକୁ ଯାଉଥିଲେ।

ତେବେ ସେପରି କିଛି ଅଘଟଣ ଘଟିବା ଆଗରୁ ସେଠାରେ ଉପସ୍ଥିତି କନଷ୍ଟେବଲ ସୁବ୍ରତ ଦୌଡ଼ି ଆସି ନିବେଦିତାଙ୍କୁ ପ୍ଲାଟଫର୍ମ ଉପରକୁ ନେଇଆସିଥିଲେ। ତାଙ୍କ ସହ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ମଧ୍ୟ ଏଥିରେ ସହାୟତା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ପରେ ନିବେଦିତା ସୁବ୍ରତଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, କର୍ତ୍ତବ୍ୟରତ କନଷ୍ଟେବଲଙ୍କୁ ମୋ ଜୀବନ ବଞ୍ଚାଇଥିବାରୁ କୃତଜ୍ଞତା ଜଣାଉଛି। ମୁଁ ଏବେ ଠିକ୍ ଅଛି। ମୋର ସେଭଳି କିଛି ଗଭୀର ଆଘାତ ଲାଗିନି।


ଷ୍ଟେସନ୍‌ର ଆଇଆଇସି କାଳୁ ସେଠୀ କହିଛନ୍ତି, ଯାତ୍ରୀ ଜଣକ ନିଜ ନିର୍ବନ୍ଧ ପାଇଁ ଘରକୁ ଯାଉଥିଲେ। ତେବେ କୌଣସି ଅଘଟଣ ଘଟିବା ଆଗରୁ ସୁବ୍ରତ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।

ଏହି ଘଟଣା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁବ୍ରତଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମ ସୁରକ୍ଷା କର୍ମୀମାନେ କୌଣସି ଅଘଟଣ ଘଟିବା ଆଗରୁ ସତର୍କ ରହି ତ୍ୱରିତ ଉପାୟରେ ଏହାର ମୁକାବିଲା କରୁଥିବାର ଏହା ଉଦାହରଣ। ଚଳନ୍ତା ଟ୍ରେନ୍‌ରେ ନ ଚଢ଼ିବା ପାଇଁ ସେ ଉପଦେଶ ଦେଇଛନ୍ତି।



from Odisha Reporter https://ift.tt/2u0hW6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages