ରାହୁଲ ଗାନ୍ଧି ପଚାରିଲେ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ କିଏ ଲାଭବାନ ହୋଇଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ରାହୁଲ ଗାନ୍ଧି ପଚାରିଲେ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ କିଏ ଲାଭବାନ ହୋଇଛି?

ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ, ୧୪ ଫେବୃଆରୀରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆରପିଏଫ ଯବାନଙ୍କ ବସ ଉପରକୁ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ଦେବା ଫଳରେ ୪୦ ଯବାନ ଶହୀଦ ହୋଇଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଦେଶ ଏବେ ଶହୀଦ ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଉଛି। ଅନ୍ୟପଟେ ରାହୁଲ ଗାନ୍ଧି ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ତିନୋଟି ପ୍ରଶ୍ନ ପଚାରିଛନ୍ତି। ଯାହାକି ବିଜେପି ଉଦ୍ଦେଶ୍ୟରେ। ବିଜେପି ନେତା କପିଲ ମିଶ୍ରା ମଧ୍ୟ ଟୁଇଟ କରି ରାହୁଲ ଗାନ୍ଧିଙ୍କୁ କଡ଼ା ଜବାବ ଦେଇଛନ୍ତି।

ରାହୁଲ ଗାନ୍ଧି ପଚାରିଛନ୍ତି, ‘ଆକ୍ରମଣ ପରେ କିଏ ଅଧିକ ଲାଭବାନ ହୋଇଛି? ଏହି ଆକ୍ରମଣକୁ ନେଇ ହୋଇଥିବା ତଦନ୍ତରେ କ’ଣ ସାମ୍ନାକୁ ଆସିଛି? ବିଜେପି ସରକାର ବେଳେ ଏହି ଆକ୍ରମଣ ହୋଇଥିଲା, ସୁରକ୍ଷା ତ୍ରୁଟି ପାଇଁ କାହାକୁ ଦାୟୀ କରାଯିବ?

ରାହୁଲ ଗାନ୍ଧିଙ୍କ ଏହି ଟୁଇଟ୍ ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପିର ବିଜୟୀକୁ ଆଖିରେ ରଖି କହିଥିବା ଜଣାପଡ଼ିଛି। କାରଣ ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ପୁଲଓ୍ୱାମା, ଏୟାର ଷ୍ଟ୍ରାଇକ ଆଦିକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିଲା। ଯାହାକୁ ଦେଖି ଦେଶବାସୀ ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କୁ ଦେଶ କେବେ ଭୁଲିବନି ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧିଙ୍କ ଟୁଇଟକୁ ନେଇ ଏବେ ରାଜନୀତିକ ବାକ୍ ଯୁଦ୍ଧ ମଧ୍ୟ ତେଜିଛି। ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରା ଟୁଇଟ କରି କହିଛନ୍ତି, ‘ଲଜ୍ଜିତ ହୁଅ ରାହୁଲ ଗାନ୍ଧି। ପୁଲଓ୍ୱାମା ଆକ୍ରମଣରେ କିଏ ଲାଭବାନ ହୋଇଛି ବୋଲି ପଚାରୁଛ? ଯଦି ଦେଶ ପଚାରିବ ଇନ୍ଦିରା ଏବଂ ରାଜୀବଙ୍କ ହତ୍ୟା ପରେ କିଏ ଲାଭବାନ ହୋଇଛି, ତାହାଲେ କ’ଣ କହିବେ? ଏଭଳି ରାଜନୀତି କରାନଯାଉ’।



from Odisha Reporter https://ift.tt/2uI2Vqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages