ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ଶିବରାତ୍ରୀ ଦିନ ରାତି ୧୦ ଟାରେ ମହାଦ୍ୱୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି ।
ମହାପ୍ରଭୁଙ୍କ ଏହି ନୀତିକାନ୍ତି ଠିକ ସମୟରେ ଓ ସୁଚାରୂ ରୂପେ କରିବା ପାଇଁ ବିଭିନ୍ନ ନିଯୋଗ ସହିତ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏହା ସହିତ ମନ୍ଦିର ଭିତର ଥିବା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ମନ୍ଦିର ଭିତରେ ଓ ବାହାରେ ଆଲୋକସଜ୍ଜା,ବ୍ୟାରିକେଟ,ପାନୀୟଜଳ ସୁବିଧା,ପରିମଳ ବ୍ୟବସ୍ଥା,ଟ୍ରାଫିକ ମ୍ୟାନେଜମେଣ୍ଟ ,ସୂଚନା କେନ୍ଦ୍ର ସ୍ଥାପନ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୫ ତାରିଖରେ ଏହି ସବୁ କାର୍ଯ୍ୟ ଅଗ୍ରଗତି ନେଇ ପୁଣି ଥରେ ସମୀକ୍ଷା ବୈଠକ ହେବ ।
from Odisha Reporter https://ift.tt/2ul7G9s
No comments:
Post a Comment