ଜାପାନରେ ଫସିଥିଲେ, ସ୍ୱଦେଶ ଫେରିଲେ ଶିବାଶିଷଙ୍କ ସମେତ ୧୧୯ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ଜାପାନରେ ଫସିଥିଲେ, ସ୍ୱଦେଶ ଫେରିଲେ ଶିବାଶିଷଙ୍କ ସମେତ ୧୧୯ ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ସ୍ୱଦେଶ ଫେରିଥିବା ଜଣାଯାଇଛି।

ପୁଅ ଫେରିବା ଖବର ପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍‌ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ କଥା ହୋଇଥିଲେ। ଜାପାନରେ ପୁଅର କରୋନା ଟେଷ୍ଟ ନେଭେଟିଭ୍ ଆସିଛି । କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ପୁଅକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ତେଣୁ ଘରକୁ ଫେରିବାରେ ପୁଅର ବିଳମ୍ବ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ,  ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି । କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା। ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ସେମାନଙ୍କୁ ଅଲଗା ରଖାଯାଇଥିଲା। ଯାତ୍ରୀମାନଙ୍କ ଫେରିବା ପାଇଁ ଜାପାନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି ।



from Odisha Reporter https://ift.tt/3a9kGxW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages