ଚାଇନା ବାହାରେ ୫ମ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଚାଇନା ବାହାରେ ୫ମ ମୁଣ୍ଡ ନେଲା କରୋନା

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ ଏବେ ବିଭିନ୍ନ ଦେଶକୁ ବ୍ୟାପିବା ଆରମ୍ଭ କରିଛି। ଚାଇନା ବାହାରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଇୱାନରେ ଜଣେ ଟାକ୍ସି ଡ୍ରାଇଭର ଏହି ଭାଇରସ ଯୋଗୁ ପ୍ରାଣ ହରାଇଥିବା ସେଠାକାର ସରକାର ସ୍ପଷ୍ଟ କରିଛନ୍ତି।

କରୋନାରେ ତାଇୱାନରେ କେହି ପ୍ରାଣ ହରାଇଥିବା ପ୍ରଥମ ଘଟଣା। ତାଇୱାନ ସ୍ୱାସ୍ଥ୍ୟମନ୍ତ୍ରୀ ଚେନ ଚୁଙ୍ଗ କହିଛନ୍ତି, “ଡାଇବେଟିସ ଓ ହେପାଟାଇଟେସ୍‌ ବି’ରେ ଆକ୍ରାନ୍ତ ଥିବା ଜଣେ ୬୧ ବର୍ଷୟୀ ବ୍ୟକ୍ତି କରୋନା ଭାଇରସ ଯୋଗୁ ପ୍ରାଣ ହରାଇଛନ୍ତି। ତାଇୱାନରେ କରୋନା ପ୍ରଥମଥର ପାଇଁ ଜଣଙ୍କ ଜୀବନ ନେଇଛି।

ବର୍ତ୍ତମାନ ୨୦ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ କେବେ ହେଲେ ବିଦେଶକୁ ଯାଇ ନଥିଲେ। ସେ ଜଣେ ଟାକ୍ସି ଡ୍ରାଇଭର। ତାଙ୍କର ମୁଖ୍ୟ ଗ୍ରାହକମାନେ ହଂକଂ, ମକାଉ ଓ ଚାଇନାର ରହିଥାଆନ୍ତି। ସମ୍ଭବତଃ ସେମାନଙ୍କ ଠାରୁ ଏହି ଡ୍ରାଇଭର ଜଣ କରୋନାରେ ସଂକ୍ରମିତ ହୋଇଥିଲେ।”

କରୋନା ବ୍ୟାପିବା ଦିନଠାରୁ ଚାଇନା ଓ ବିଦେଶୀ ପର୍ଯ୍ୟଟକଙ୍କୁ ତାଇୱାନ ନିଜ ଦେଶରେ ପୂରାଉ ନାହିଁ। ସେହିପରି ଫେବୃଆରୀ ଶେଷ ଯାଏ ତାଇୱାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି।



from Odisha Reporter https://ift.tt/38xnepe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages