ସରିଲା କାମ୍ୟାଙ୍କ ନିର୍ବନ୍ଧ: ଆସନ୍ତାକାଲି ବାହାଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ସରିଲା କାମ୍ୟାଙ୍କ ନିର୍ବନ୍ଧ: ଆସନ୍ତାକାଲି ବାହାଘର

ମୁମ୍ବାଇ: ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀଙ୍କ ନିର୍ବନ୍ଧ ଶେଷ ହୋଇଯାଇଥିବା ବେଳେ ଆସନ୍ତାକାଲି ତାଙ୍କର ବାହାଘର ହେବ। ଦିଲ୍ଲୀର ଶଲଭ ଦାଙ୍ଗଙ୍କୁ ସେ ବାହା ହେଉଛନ୍ତି। ଦୁହେଁ ରିଲେସନ୍‌ଶିପ୍‌ରେ ଥିଲେ। ତେବେ ଆସନ୍ତାକାଲି ବାହାଘର ଥିବା ବେଳେ ସୋଶାଲ୍ ମିଡିଆରେ ସେମାନଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି।

ନିର୍ବନ୍ଧରେ କାମ୍ୟା ୟେଲୋ ଓ ବ୍ଲାକ୍ କଲର୍‌ କମ୍ବିନେସନ୍‌ର ଶରାରା ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଅନ୍ୟପଟେ ଶଲଭ ଏକ ବ୍ଲୁ-ହ୍ୱାଇଟ୍‌ ରଙ୍ଗର କୁର୍ତାପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। ଏହି ଫଟୋରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଛି।

କାମ୍ୟା ଓ ଶଲଭ ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୦ରେ ବିବାହ କରିବାକୁ ଯାଉଥିବା ବେଳେ ସବୁଠୁ ମଜାଦାର କଥା ହେଉଛି ଗତ ବର୍ଷ ଠିକ୍‌ ଏହିଦିନରୁ ସେମାନେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ବାହାଘର ପରଦିନ ଅର୍ଥାତ୍ ୧୧ ତାରିଖରେ ସେମାନେ ଏକ ଗ୍ରାଣ୍ଡ ରିସେପଶନ୍‌ ପାର୍ଟି ଦେବେ।

ଜଣାଇଦେବାକୁ ଚାହୁଁ ଯେ ଏହା ହେଉଛି କାମ୍ୟାଙ୍କର ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୨୦୧୦ରେ ବଣ୍ଟି ନେଗି ନାମକ ଜଣେ ବିଜ୍‌ନେସ୍‌ମ୍ୟାନଙ୍କୁ ବିବାହ କରିଥିଲେ। ହେଲେ ୨୦୧୩ରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା। ତାଙ୍କର ଆରା ନାମରେ ଏକ ଝିଅ ଅଛି ଯିଏକି ତାଙ୍କ ପାଖରେ ହିଁ ରହନ୍ତି। ଅନ୍ୟପଟେ ଶଲଭଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ଅଛି।



from Odisha Reporter https://ift.tt/39lcVEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages