“ମୋ ଘର ଭାଙ୍ଗିବାକୁ ଚେଷ୍ଟା କଲେ ମୁଣ୍ଡ ଗଡ଼ାଇ ଦେବି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

“ମୋ ଘର ଭାଙ୍ଗିବାକୁ ଚେଷ୍ଟା କଲେ ମୁଣ୍ଡ ଗଡ଼ାଇ ଦେବି”

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): “ମୋ ଘର ଭାଙ୍ଗିବାକୁ ଚେଷ୍ଟା କଲେ ମୁଣ୍ଡ ଗଡ଼ାଇ ଦେବି। ମୁଁ ନିଜେ ମରିବି, ହେଲେ ଜଣକୁ ମାରିକି, ମରିବି।” ଗତକାଲି ରାଉରକେଲା ସାର ନଗରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ଲ୍ୟାଣ୍ଡ ଗାର୍ଡଙ୍କୁ ଏପରି ଭାବେ ଭୟଭୀତ କରୁଥିଲେ। ପରେ ଘଟଣା ଥାନାରେ ପହଞ୍ଚିଛି ଓ ଉକ୍ତ ବ୍ୟକ୍ତିଜଣକ ଗିରଫ ହୋଇଛନ୍ତି।

ପୂରା ଘଟଣାଟି ଏହିପରି । ଭଜହରି ରାଉତ ନାମକ ବ୍ୟକ୍ତି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ  ଗତ ୪୦ ବର୍ଷ ହେବ  ରହି ଆସୁଛନ୍ତି।   ସେ ରହୁଥିବା ଜାଗାରେ ଏବେ ଏକ ଘର ନିର୍ମାଣ କରୁଛନ୍ତି। ହେଲେ ଉକ୍ତ ଜାଗା କମ୍ପାନୀର ବୋଲି ଦାବି କରୁଛନ୍ତି ଆରଏସ୍‌ପି କର୍ତ୍ତୃପକ୍ଷ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି।

ଗତକାଲି ଆରଏସ୍‌ପି କର୍ତ୍ତୃପକ୍ଷ ଲ୍ୟାଣ୍ଡ ଗାର୍ଡଙ୍କ ସହ ଉକ୍ତ ଘର ଭାଙ୍ଗିବାକୁ ଯାଇଥିଲେ।  ସେଠାରେ ଭଜହରି ବିରୋଧ କରିବାରୁ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ଭଜହରି ଘରୁ ଏକ ଖଣ୍ଡା ଆଣି ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିବାକୁ ଲାଗିଲେ।  ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଏ ନେଇ କମ୍ପାନୀ କର୍ତ୍ତୃପକ୍ଷ ଟାଙ୍ଗରପାଲି ଥାନାରେ ଅଭିଯୋଗ ପରେ ପୁଲିସ୍‌ ଭଜହରିଙ୍କଠାରୁ ଖଣ୍ଡା ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଭଜହରିଙ୍କ ବିରୋଧରେ ଆର୍ମସ୍‌ ଆକ୍ଟ ସହ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଭଜହରିଙ୍କ ସ୍ତ୍ରୀ ଥାନାରେ ଲ୍ୟାଣ୍ଡ ଗାର୍ଡଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି । ଲ୍ୟାଣ୍ଡ ଗାର୍ଡମାନେ ତାଙ୍କୁ ଅସଦାଚରଣ କରିଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି । ଏହାପରେ ଘର ଭଙ୍ଗା କାମ ସ୍ଥଗିତ ରହିଛି।



from Odisha Reporter https://ift.tt/38K5cAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages