କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

ମୁମ୍ୱାଇ : ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ ବାସୁ ଦିବଂଗତ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି। ଏଥିରେ କିଶୋର କୁମାରଙ୍କ ଚରିତ୍ରରେ ଅଭିନୟ କରିବେ ରଣବୀର କପୁର।

୨୦୧୮ରେ ଏହି ବାୟୋପିକ ତିଆରି କରିବା ପାଇଁ ଚର୍ଚ୍ଚା ହୋଇଥିଲା। କିନ୍ତୁ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଏ ନେଇ ଅନୁରାଗ କହିଛନ୍ତି, “ଯାହା ବି ହେଉ ମୁଁ ଏହି ବାୟୋପିକ୍ ତିଆରି କରିବି।”

କିଶୋର କୁମାରଙ୍କ ବାୟୋପିକ୍‌ ପାଇଁ ଅନୁରାଗଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ରଣବୀର କପୁର। କିନ୍ତୁ ରଣବୀର ଓ ତାଙ୍କର ସମୟ ଉପରେ ଫିଲ୍ମର ନିର୍ମାଣ ସମୟ ନିର୍ଭର କରୁଛି ବୋଲି ସେ କହିଛନ୍ତି।

ଅନୁରାଗ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଲୁଡୋ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରାଜକୁମାର ରାଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ରିଲିଜ୍‌ ହେବ।

ଅନ୍ୟପଟେ ରଣବୀର କପୁରଙ୍କ କଥା କହିଲେ, ସେ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ସହିତ ଆଲିଆ ଭଟ୍ଟ ରହିଛନ୍ତି। ଶେଷଥର ପାଇଁ ଅନୁରାଗ ବାସୁଙ୍କ ସହିତ ସେ ଫିଲ୍ମ ‘ବର୍ଫି’ରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ସଫଳତା ଅର୍ଜନ କରିଥିଲା।

 



from Odisha Reporter https://ift.tt/2vf3JmQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages