ଫୁଲବାଣୀ ଓ ବଲାଙ୍ଗିରରେ ବର୍ଷା; ଛିଣ୍ଡିଲା ବିଦ୍ୟୁତ୍‌ ତାର, ଭାଙ୍ଗିଲା ଗଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ଫୁଲବାଣୀ ଓ ବଲାଙ୍ଗିରରେ ବର୍ଷା; ଛିଣ୍ଡିଲା ବିଦ୍ୟୁତ୍‌ ତାର, ଭାଙ୍ଗିଲା ଗଛ

ଫୁଲବାଣୀ/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ସକାଳ ୫ଟାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ସକାଳ ୯ଟା ପରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି। ପେଞ୍ଜିସାହିରେ ଥିବା ଏକ କୋଚିଂ ସେଣ୍ଟରର ଘର ଛପର ଉଡ଼ିଯିବା ଫଳରେ କୋଚିଂ ସେଣ୍ଟରରେ ଥିବା କିଛି ପିଲା ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ  ତେରାଗୁଡ଼ା, ବେଞ୍ଜିସାହି, ମାଦିକୁନ୍ଦା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି।

ସେହିପରି ବଲାଙ୍ଗିର ସହରରେ ମଧ୍ୟ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଏଠାରେ ଝଡ଼ ତୋଫାନ ବର୍ଷା  ଲାଗି ରହିଛି। ଫଳରେ କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ରାତିରୁ ସହରରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏଠାରେ ମଧ୍ୟ ଅନେକ ଘରର ଆଜବେଷ୍ଟସ ଉଡ଼ିଯାଇଛି।



from Odisha Reporter https://ift.tt/2ThbSzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages