ମୁମ୍ୱାଇ : ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧୫ ତାରିଖରେ ‘ବିଗ୍ ବସ୍ ୧୩’ର ବିଜେତାଙ୍କ ନାଁ ଘୋଷଣା କରାଯିବ। ତେବେ ଗ୍ରାଣ୍ଡ ଫିନାଲେ ପୂର୍ବରୁ ମିଡ୍ନାଇଟ୍ ଏଭିକ୍ସନ୍ ପ୍ରକ୍ରିୟାରେ ‘ବିବି’ ଘରୁ ବିଦା ହୋଇଛନ୍ତି ମାହିରା ଶର୍ମା।
ଏହି ଏପିସୋଡ୍ରେ ଭିକ୍କି କୌଶଲ ‘ବିବି’ ଘରକୁ ଏଣ୍ଟ୍ରି କରିଥିଲେ ଓ କହିଥିଲେ ଯେ ଆରତି, ଶେହନାଜ ଓ ମାହିରାଙ୍କ ମଧ୍ୟରୁ ଜଣଙ୍କୁ ବାହାରି ଯିବାକୁ କୁହାଯିବ। ଏହା ପରେ ମିଡ୍ନାଇଟ୍ ଏଭିକ୍ସନର ଶିକାର ହୋଇଥିଲେ ମାହିରା। ଫଳାଫଳ ଶୁଣିବା ପରେ ମାହିରା ଭାଙ୍ଗି ପଡ଼ିଥିଲେ ଓ ପାରସ୍ଙ୍କୁ ଜୋର୍ରେ କୁଣ୍ଢେଇ କହିଥିଲେ ଯେ ତାଙ୍କ ସ୍ୱପ୍ନ ଭାଙ୍ଗିଗଲା। ଏମିତିକି ସେ ଶୋ’ର ବାହାର ହେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ।
୧୯ ସପ୍ତାହର ଲଢ଼େଇ, ଭଲପାଇବା, ହସଖୁସିରେ ସମୟ ବିତାଇବା, ବନ୍ଧୁତା କରିବା ତଥା ବିଭିନ୍ନ ପ୍ରକାର ଟାସ୍କ କରିବା ପରେ ଶେଷ ପ୍ରତିଯୋଗୀ ଭାବେ ମାହିରାଙ୍କୁ ବାହାର କରାଯାଇଥିଲା।
ଏହା ସହିତ ‘ବିଗ୍ ବସ୍ ୧୩’ର ଅନ୍ତିମ ପର୍ଯ୍ୟାୟକୁ ୬ ଜଣ ପ୍ରତିଯୋଗୀ ପହଞ୍ଚିଛନ୍ତି। ସେମାନେ ହେଉଛନ୍ତି- ସିଦ୍ଧାର୍ଥ ଶୁକ୍ଳା, ଅସୀମ୍ ରିୟାଜ୍, ଶେହନାଜ୍ ଗିଲ୍, ରଶ୍ମି ଦେଶାଇ, ଆରତି ସିଂହ ଓ ପାରସ ଛାବ୍ରା। ଏହି ୬ ଜଣଙ୍କ ଭିତରୁ ଜଣେ ଏଥରର ‘ବିଗ୍ ବସ୍’ ବିଜେତା ହେବେ।
from Odisha Reporter https://ift.tt/2vzVbHm
No comments:
Post a Comment