ଟ୍ରେନିଂ ବେଳେ ଦୁଇ ବିମାନ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଟ୍ରେନିଂ ବେଳେ ଦୁଇ ବିମାନ ଧକ୍କା

ପର୍ଥ: ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆରେ ଆଜି ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁଇ ବିମାନରେ ଥିବା ମୋଟ ୪ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରତି ବିମାନରେ ଦୁଇ ଜଣ ଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି।

ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ଥିବା ମାଙ୍ଗାଲୋର ବିମାନ ବନ୍ଦର ନିକଟରେ ଏହି ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ସମୟ ସକାଳ ୧୧ଟା ୩୦(ଅଷ୍ଟ୍ରେଲିଆ ସମୟ) ରହିଛି। ମୃତକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କର ପରିଚୟ ଦିଆଯିବ ବୋଲି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି। ମାଙ୍ଗାଲୋର ବିମାନ ବନ୍ଦରରେ ବିମାନ ଉଡ଼ାଇବା ପାଇଁ ଟ୍ରେନିଂ ଦିଆଯାଏ। ତେଣୁ ଟ୍ରେନିଂ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି।

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ, ଆକାଶରେ ଦୁଇଟି ବିମାନ ଦୁର୍ଘଟଣାର ଶିକାର ହେବା ପରେ ମଲବା ପଡିଆରେ ଆସି ଖସିପଡ଼ିଛି। ନାଗରିକ ବିମାନ ସୁରକ୍ଷା ପ୍ରାଧିକରଣ ଏବଂ ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋକୁ ଦୁର୍ଘଟଣା ବାବଦରେ ସୂଚନା ଦିଆଯାଇଛି।



from Odisha Reporter https://ift.tt/37A9Cby

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages