ସିଦ୍ଧାର୍ଥଙ୍କ ବିରୋଧରେ ଶିଳ୍ପା ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ସିଦ୍ଧାର୍ଥଙ୍କ ବିରୋଧରେ ଶିଳ୍ପା ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଗତକାଲି ଶେଷ ହୋଇଯାଇଛି ‘ବିଗ୍‌ ବସ୍‌ ୧୩’। ସିଦ୍ଧାର୍ଥ ଶୁକ୍ଳା ହୋଇଛନ୍ତି ବିଜେତା।  ଗୋଟେପଟେ ତାଙ୍କ ଫ୍ୟାନ୍‌ମାନେ ଖୁସିରେ ନାଚୁଥିବାବେଳେ ବିଗ୍ ବସ୍‌ର ଜଣେ ପୂର୍ବତନ ବିଜେତା କିନ୍ତୁ ଏଥିରେ ଆଦୌ ଖୁସି ନୁହେଁ। ଆମେ କହୁଛୁ ଶିଳ୍ପା ସିନ୍ଦେଙ୍କ କଥା। ସେ ଏମିତି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସିଦ୍ଧାର୍ଥଙ୍କ ବିରୋଧରେ ସେ ମାର୍‌ପିଟ୍‌ର ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି ଯେ ସେ ସିଦ୍ଧାର୍ଥଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ସିଦ୍ଧାର୍ଥ ତାଙ୍କ ସହିତ ବହୁତ ଆଗ୍ରେସିଭ୍‌ ଥିଲେ। ଏପରିକି ସେ ତାଙ୍କୁ ମାର୍‌ପିଟ୍‌ ମଧ୍ୟ କରିଛନ୍ତି। ଶିଳ୍ପାଙ୍କ ଏଭଳି ବୟାନ୍‌ ପରେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଖବର ଏବେ ଚାରିଆଡ଼େ ଭାଇରାଲ୍‌ ହୋଇଯାଇଛି। ପୂର୍ବରୁ ଶୋ’ର ପ୍ରତିଯୋଗୀ ରଶ୍ମି ଦେଶାଇ ମଧ୍ୟ ବହୁତ ଥର କହିଥିଲେ ଯେ ସିଦ୍ଧାର୍ଥ ବହୁତ ହିଂସ୍ର। ଶୋ’ରେ ବି ବହୁତ ଥର ତାଙ୍କର ରାଗ ଓ ହ୍ରିଂସ୍ର ବ୍ୟବହାର ଦେଖିବାକୁ ମିଳିଛି। ତେଣୁ ଶିଳ୍ପାଙ୍କ ବୟାନ୍‌କୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ତେବେ କିଛି ଲୋକ ଶିଳ୍ପାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ସିଦ୍ଧାର୍ଥଙ୍କ ସପକ୍ଷରେ ବାହାରିଛନ୍ତି। ଟ୍ୱିଟର୍‌ରେ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଉଛି।

ଅବଶ୍ୟ ଶିଳ୍ପାଙ୍କର ବିବାଦ ସହ ପୁରୁଣା ସମ୍ପର୍କ ରହିଛି। ଶୋ’ ‘ଭାବି ଜୀ ଘର ପର ହେ’ରେ କାମ କରୁଥିବାବେଳେ ଶିଳ୍ପା ଓ ତାଙ୍କ ପ୍ରଯୋଜକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ତାଙ୍କୁ ଶୋ’ରୁ ବାହାରିବାକୁ ପଡ଼ିଥିଲା। ବହୁତ ଦିନ ପର୍ଯ୍ୟନ୍ତ ତାଙ୍କୁ କିଛି କାମ ମିଳି ନଥିଲା। ଏହାପରେ ‘ବିଗ୍‌ ବସ୍‌ ୧୧’ରେ ମଧ୍ୟ ସେ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ଲଗାଇଥିଲେ। ଏବେ ପୁଣି ସିଦ୍ଧାର୍ଥଙ୍କ ବିଷୟରେ କହି ସେ ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି। ତେବେ ଏହାର ପରିଣାମ ସିଦ୍ଧାର୍ଥ ଭୋଗୁଛନ୍ତି କି ନିଜେ ଶିଳ୍ପା, ତାହା ଦେଖିବା ବାକି ରହିଲା। ଅନ୍ୟପକ୍ଷରେ ଏ ନେଇ ସିଦ୍ଧାର୍ଥଙ୍କ କିଛି ପ୍ରତିକ୍ରିୟା ଆସିନାହିଁ। ସେ କ’ଣ କହିବେ, ତାକୁ ବି ଦର୍ଶକ ଅପେକ୍ଷା କରିଛନ୍ତି।



from Odisha Reporter https://ift.tt/2wdsFLJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages