ବିଜେପି ପରେ କଂଗ୍ରେସ କହିଲା ଏକଜିଟ୍ ପୋଲ୍ ଠିକ୍ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ବିଜେପି ପରେ କଂଗ୍ରେସ କହିଲା ଏକଜିଟ୍ ପୋଲ୍ ଠିକ୍ ନୁହେଁ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରକାଶ ପାଇଥିବା ଏକଜିଟ ପୋଲ ରିପୋର୍ଟ ଠିକ୍ ନୁହେଁ ବୋଲି ବିଜେପି ପରେ କଂଗ୍ରେସ କହିଛି। ଫେବୃଆରୀ ୧୧ରେ ଯେଉଁ ଫଳାଫଳ ପ୍ରକାଶ ପାଇବ ତାହା ଆଉ କିଛି ହେବ ବୋଲି ଦିଲ୍ଲୀ କଂଗ୍ରେସ ସଭାପତି ପିସି ଚାକୋ କହିଛନ୍ତି। ଅନ୍ତିମ ବିଧାନସଭା ନିର୍ବାଚନ ତୁଳନାରେ ଚଳିତଥର କଂଗ୍ରେସ ଭଲ କରିବ ବୋଲି ଚାକୋ କହିଛନ୍ତି।

ଇଣ୍ଡିଆ ଟୁଡେ-ଆକ୍ସିସ ପୋଲ ରିପୋର୍ଟ ଅନୁଯାୟୀ ଚଳିତଥର କଂଗ୍ରେସ ମୋଟ ୫ ପ୍ରତିଶତ ଭୋଟ ପାଇବ। ୨୦୧୫ରେ କିନ୍ତୁ ଏହି ଦଳ ଦିଲ୍ଲୀରେ ୧୦ ପ୍ରତିଶତ ଭୋଟ୍ ପାଇଥିଲା। ଏହି ସମୟରେ ୭୦ ବିଧାନସଭା ଆସନରୁ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇନଥିଲା। ତେଣୁ ଚଳିତଥର ମଧ୍ୟ କଂଗ୍ରେସ କୌଣସି ଆସନରେ ଜିତିପାରିବ ନାହିଁ ବୋଲି ଏକଜିଟ ପୋଲରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଜେପିକୁ ହରାଇବା ପାଇଁ କଂଗ୍ରେସ ଭୋଟର ଏବେ ଆମ୍ ଆଦମୀ ପାର୍ଟି ଉପରେ ଭରସା କରିଛନ୍ତି। ଭୋଟର ଯଦି କଂଗ୍ରେସ ଏବଂ ଆପ୍ ମଧ୍ୟରେ ଭାଗବଣ୍ଟା ହୋଇଯିବେ ତାହେଲେ ପରୋକ୍ଷରେ ବିଜେପିକୁ ଫାଇଦା ମିଳିବ। ତେଣୁ ଏହି ଆଶଙ୍କାକୁ ଦୂର କରିବା ପାଇଁ କଂଗ୍ରେସର ମୁସଲିମ ଭୋଟର ଏବେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରି ବିଜେପିର ପରାଜୟକୁ ବଳ ଦେଇଛନ୍ତି।

ଗତକାଲି ପ୍ରକାଶ ପାଇଥିବା ସମସ୍ତ ଏକଜିଟ ପୋଲର ପୋଲ୍ ଅଫ୍ ପୋଲ ରିପୋର୍ଟ ଅନୁଯାୟୀ ୭୦ ବିଧାନସଭା ଆସନରୁ ଆପ୍ ହାରାହାରି ୫୧, ବିଜେପି ୧୫ ଆସନରେ ଜିତିବ ବୋଲି ଆକଳନ କରାଯାଉଛି।



from Odisha Reporter https://ift.tt/2OHYfYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages