ଭାରତୀୟ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 8, 2020

ଭାରତୀୟ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା !

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର କ୍ୱିନ୍‌ ହେଉଛନ୍ତି ଅନୁଷ୍କା ସେଟ୍ଟୀ। ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ସେ। ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବଲିଉଡ୍‌ର ଆଗଧାଡ଼ିର ଅନେକ ହିରୋଇନ୍‌ଙ୍କ ଠାରୁ ବି ଅଧିକ। ସଦାବେଳେ ସେ ଚର୍ଚ୍ଚାରେ ରହିଥା’ନ୍ତି। ‘ବାହୁବଳି’ ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ମଝିରେ ଚାରିଆଡ଼େ ଜୋରସୋର ଚର୍ଚ୍ଚା ହୋଇଥିଲେ ପ୍ରଭାସଙ୍କ ସହିତ ତାଙ୍କର ଆଫେୟାରକୁ ନେଇ। ସେମାନେ ବାହା ହେବେ ବୋଲି ବି କୁହାଯାଇଥିଲା। ତେବେ  କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ୍‌’ରେ ପ୍ରଭାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

View this post on Instagram

Successfully enters 4th week😀Royalty of #Baahubali2✊🏻😍

A post shared by AnushkaShetty (@anushkashettyofficial) on

ଏହି ଶୋ’ରେ ପ୍ରଭାସ ସ୍ପଷ୍ଟ କରି ଦେଇଥିଲେ ଯେ ଅନୁଷ୍କା କେବଳ ତାଙ୍କର ଜଣେ ଭଲ ବନ୍ଧୁ। ଏହା ପରେ ଏ ଦୁହିଁଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ବନ୍ଦ ହୋଇଯାଇଥିଲା। ତେବେ ଏବେ ଖବର ଆସିଛି ଯେ ଅନୁଷ୍କା ଜଣେ ଭାରତୀୟ କ୍ରିକେଟରଙ୍କୁ ଡେଟ୍‌ କରୁଛନ୍ତି ଓ ଖୁବ୍‌ଶୀଘ୍ର ସେମାନେ ବିବାହ ମଧ୍ୟ କରିବେ। ଏ ପର୍ଯ୍ୟନ୍ତ ସେହି କ୍ରିକେଟର ଜଣଙ୍କ କିଏ, ତାହା ଜଣାପଡ଼ିନି। ତେବେ ସେ ଉତ୍ତର ଭାରତର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଅନୁଷ୍କା ବର୍ତ୍ତମାନ ନିଜ ଅପ୍‌କମିଂ ଫିଲ୍ମ ‘ନିଶବ୍ଦମ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ  ଆର୍‌ ମାଧବନ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହା ଏକ ସାଇଲେଣ୍ଟ ଥ୍ରୀଲର୍‌ ଫିଲ୍ମ। ଅନୁଷ୍କା ଏଥିରେ ଜଣେ ମୂକ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୧ରେ ରିଲିଜ୍ ହେବ।

 



from Odisha Reporter https://ift.tt/2OAIUJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages