ଟେଲରଙ୍କ ଦମରେ ନ୍ୟୁଜିଲ୍ୟାଣ୍ଡର ଚ୍ୟାଲେଞ୍ଜିଂ ସ୍କୋର, ଭାରତକୁ ୨୭୪ ରନର ଟାର୍ଗେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ଟେଲରଙ୍କ ଦମରେ ନ୍ୟୁଜିଲ୍ୟାଣ୍ଡର ଚ୍ୟାଲେଞ୍ଜିଂ ସ୍କୋର, ଭାରତକୁ ୨୭୪ ରନର ଟାର୍ଗେଟ୍‌

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଛି । ଫଳରେ ଏହି ‘କର ବା ମର’ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୭୪ ରନ୍ କରିବାକୁ ପଡ଼ିବ ।

ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ରସ୍ ଟେଲର ସଙ୍କଟମୋଚକ ସାଜିଥିଲେ, ଯିଏ ୭୪ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୩ ରନର ଇନିଂସ୍ ଖେଳି ଦଳକୁ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ତାଙ୍କୁ ଲୋୟର ଅର୍ଡରରେ ଡେବ୍ୟୁଟାଣ୍ଟ କାଇଲ ଜେମିସନ୍ (୨୫³) ଭରପୂର ସହଯୋଗ କରିଛନ୍ତି । ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୭୬ ରନର ଭାଗୀଦାରୀ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ହେନରୀ ନିକୋଲ୍ସ ଭଲ ଆରମ୍ଭ କରିଥିଲେ ।

ଗପ୍ଟିଲ୍ ସର୍ବାଧିକ ୭୯ (୭୯ ବଲ୍‌, ୮ ଚୌକା, ୩ ଛକା) ରନ୍ କରିଥିବା ବେଳେ ନିକୋଲ୍ସ ୪୧ ରନ୍ କରି ଆଉଟ୍ ହୋଥିଲେ । ମଧ୍ୟକ୍ରମରେ ଟମ୍ ବ୍ଲଣ୍ଡେଲ୍ ୨୨, କ୍ୟାପଟେନ୍ ଟମ୍ ଲାଥମ ୭, ଜେମ୍ସ ନିଶାମ୍ ୩, କଲିନ୍ ଡି’ଗ୍ରାଣ୍ଡହୋମ୍ ୫, ମାର୍କ ଚାପମ୍ୟାନ୍ ୧ ଓ ଟିମ୍ ସାଉଦୀ ୩ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି, ଶାର୍ଦ୍ଦୁଲ ଠାକୁର ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ହାସଲ କରିଥିଲେ ।



from Odisha Reporter https://ift.tt/2H9ggKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages