ମା’ ହେଲେ କଲ୍‌କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ମା’ ହେଲେ କଲ୍‌କି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଲ୍‌କି କୋଏଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କଲ୍‌କି ନିଜ ପ୍ରେଗ୍‌ନେଣ୍ଟ ହେବା ଖବର ୨୦୧୯ର ଶେଷ ଆଡ଼କୁ ଘୋଷଣା କରିଥିଲେ।  ମା’ ହେବାକୁ ଯାଉଥିବାରୁ ସେ ବହୁତ ଖୁସି ଥିଲେ। ସେ ଲଗାତାର୍‌ ବେବିବମ୍ପ ସହ ଫଟୋଶୁଟ୍‌ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା।

View this post on Instagram

Guy, girl and sushi mania

A post shared by Kalki (@kalkikanmani) on

ଜଣାଇଦେବାକୁ ଚାହୁଁ ଯେ କଲ୍‌କିଙ୍କ ଏ ସନ୍ତାନ ତାଙ୍କ ଲଙ୍ଗ୍‌ଟାଇମ୍ ବୟଫ୍ରେଣ୍ଡ ଗାୟ ହର୍ଷବର୍ଗଙ୍କ ଔରସରୁ ଜନ୍ମ ହୋଇଛି। ସେମାନଙ୍କର ଏଯାଏ ବାହାଘର ହୋଇନାହିଁ। ପୂର୍ବରୁ କଲ୍‌କି କହିଥିଲେ ଯେ ଯେତେବେଳେ ସେ ଗର୍ଭବତୀ ବୋଲି ଜାଣିଲେ ସେତେବେଳେ ଖୁବ୍ ଡରିଯାଇଥିଲେ। ଏହାକୁ ଗ୍ରହଣ କରିବାକୁ ସେ ଦୁଇ ତିନି ଦିନ ସମୟ ନେଇଥିଲେ। ହେଲେ ଏ କଥା ଯେତେବେଳେ ତାଙ୍କ ବୟଫ୍ରେଣ୍ଡ ଜାଣିଲେ ସେ ବହୁତ ଖୁସି ହୋଇଯାଇଥିଲେ ଓ ପିଲାଟିକୁ ଜନ୍ମଦେବା ପାଇଁ ତାଙ୍କୁ କହିଥିଲେ।

ସୂଚନାଯୋଗ୍ୟ, କଲ୍‌କି ୨୦୧୧ରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ହେଲେ ବାହାଘରର ୪ବର୍ଷ ପର ସେମାନେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଗାୟ ହର୍ଷବର୍ଗଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ କଲ୍‌କି।

 

 



from Odisha Reporter https://ift.tt/2SuSkXR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages