ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ଢେଙ୍କାନାଳ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ଢେଙ୍କାନାଳରେ ଥିବା ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ହେଉଛି । ନାଗରିକ କ୍ରିୟାନୁଷ୍ଠାନ କମିଟି  ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ସହ ବଣିକ ସଂଘ, ଓକିଲ ସଂଘ ଓ ସାମ୍ବାଦିକ ସଂଘ ସାମିଲ ହୋଇଛନ୍ତି। ଏହା ପ୍ରଭାବରେ ସହରରେ ଦୋକାନ ବଜାର ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗାଡ଼ିମୋଟର ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଲାଗି ରହିଛି। ଏଥିଯୋଗୁ ବହୁ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇ ନ ପାରି ହଇରାଣ ହେଉଛନ୍ତି।

ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଉପେକ୍ଷା କରୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2OUgZ7j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages