ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାକ): ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି I ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନା ଅଜୟ। ତାଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଯୁବକ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରୁଥିଲେ। ଏନେଇ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଗୁରୁତର ଯୁବକଙ୍କ ଘର ଆଗରେ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ବୋମାମାଡ଼ରେ କୌଣସି ଅଘଟଣ ଘଟି ନଥିବା ସୂଚନା ମିଳିଛି। ପିପିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କାକୁଡ଼ିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।



from Odisha Reporter https://ift.tt/2TdsVlN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages