ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମହାଭିଯୋଗରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ୟୁକ୍ରେନ୍ ମାମଲାରେ ଏବେବି ତାଙ୍କୁ ଶୁଣାଣି ପ୍ରକ୍ରିୟାର ସାମ୍ନା କରିବାକୁ ହେବ। ବୁଧବାର ସିନେଟ୍ରେ ସେ ଦୋଷମୁକ୍ତ ହୋଇଥିଲେ ହେଁ ୟୁକ୍ରେନ୍ ସହ ଟ୍ରମ୍ପଙ୍କ ଚୁକ୍ତିର ଶୁଣାଣି ବର୍ତ୍ତମାନ ମଧ୍ୟ ବାକି ଅଛି।
ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅଛି। ଏହା ପୂର୍ବରୁ ହିଁ ଟ୍ରମ୍ପଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ହାଉସିଂ ଇଣ୍ଟେଲିଜେନ୍ସ କମିଟି ପକ୍ଷରୁ ଆଡାମ୍ ସ୍କିଫ୍ କହିଛନ୍ତି, ଆଗକି ପ୍ରତିଦିନ ଆହୁରି କିଛି ଆସିବ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କର ମୌଳିକ ଚରିତ୍ରରେ ଅଭାବ ରହିଛି, ସେ ନିର୍ବାଚନରେ ଠକିବାର ମାନସିକତା ଆଗକୁ ମଧ୍ୟ ଜାରି ରଖିବେ। ଏହା ବଦଳିବାର ନାହିଁ, ତେଣୁ ଆମକୁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ହେବ।
ଅନ୍ୟପକ୍ଷରେ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ତାଙ୍କ ସହ ଉପସ୍ଥିତ ରହିଥିବା ବୋଲ୍ଟନ୍ ତାଙ୍କର ପକ୍ଷ ରଖିବେ। ଏହା ଗୃହର ସଦସ୍ୟଙ୍କ ଉପରେ ନିର୍ଭର କରୁଛି ବୋଲି ସ୍କିଫ୍ କହିଛନ୍ତି। କେବଳ ବୋଲ୍ଟନ୍ ନୁହେଁ, ୟୁକ୍ରେନ୍ରେ ଟ୍ରମ୍ପଙ୍କ ପାଇଁ କାମ କରୁଥିବା ଫ୍ଲୋରିଡାର ଜଣେ ବ୍ୟବସାୟୀ ଲେଭ୍ ପର୍ଣ୍ଣସ୍ ମଧ୍ୟ ଆମେରିକାର କଂଗ୍ରେସ ସାମନାରେ ମୁହଁ ଖୋଲିବାକୁ ଆଗ୍ରହୀ ଅଛନ୍ତି।
ଅନ୍ୟପକ୍ଷରେ ଫ୍ରିଡମ୍ ଅଫ୍ ଇନଫର୍ମେସନ୍ ଆକ୍ଟ ଅନୁଯାୟୀ ୟୁକ୍ରେନ୍ ସହ ଜଡ଼ିତ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେହିଭଳି ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ୟୁକ୍ରେନ୍ ସହ ଜଡ଼ିତ ୨୪ଟି ଇମେଲ୍ ମଧ୍ୟ ରହିଛି, ଯାହାକି ସାର୍ବଜନୀନ କରାଯାଇନାହିଁ।
from Odisha Reporter https://ift.tt/31verkZ
No comments:
Post a Comment