ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ତଳନଗର ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ୍କୁ ପଛରୁ ଏକ ଲଙ୍କା ବୋଝେଇ ପିକ୍ଅପ୍ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ପିକ୍ଅପ୍ ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଆନ୍ଧ୍ରରୁ କୋଲକତା ଅଭିମୁଖେ ଗୋଟିଏ ମାଛ ବୋଝେଇ ଟ୍ରକ୍ ଯାଉଥିଲା। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଲଙ୍କା ବୋଝେଇ ପିକ୍ଅପ୍ ଭ୍ୟାନ୍ ତଳନଗର ନିକଟରେ ଟ୍ରକ୍କୁ ପିଟିଥିଲା। ଘଟଣାସ୍ଥଳରେ ପିକ୍ଅପ୍ ଡ୍ରାଇଭର ଗୁରୁତର ହୋଇ ପଡ଼ିଥିଲେ। ହେଲେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ରାସ୍ତାରେ ପଡ଼ିଥିବା ୨୦ ପେଟି ମାଛ ବୋହି ନେଇଥିବା ଜଣାଯାଇଛି। ଟ୍ରକ୍ ଡ୍ରାଇଭର, ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ପହଞ୍ଚି ଗାଡ଼ି ୨ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/39dighy
No comments:
Post a Comment