‘ପବନ ଯୋଗେ ସଂକ୍ରମତି ହେଉଛି କରୋନା ଭାଇରସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 8, 2020

‘ପବନ ଯୋଗେ ସଂକ୍ରମତି ହେଉଛି କରୋନା ଭାଇରସ’

ନୂଆଦିଲ୍ଲୀ: କରେନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ସାରା ବିଶ୍ୱରେ ଏବେ ଏହି ଭାଇରସ କବଳରୁ ବର୍ତ୍ତିବା ପାଇଁ ପ୍ରତିଷେଧକ ଉପରେ ଗବେଷଣା ଚାଲିଛି। ହେଲେ ଚୀନରେ ଥିବା ଶାନଘାଇର ଜଣେ ଅଧିକାରୀ ନିଜ ଗବେଷଣାରୁ କରୋନାକୁ ନେଇ ଏକ ମତ ରଖିଛନ୍ତି। ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।

ଶାନଘାଇ ସିଭିଲ୍ ଆଫାୟାର ବ୍ୟୁରୋର ଉପ ମୁଖ୍ୟ ଜେଙ୍ଗ କ୍ୟୁନ୍ କହିଛନ୍ତି, ଏଯାବତ ଭାଇରସର ପ୍ରତ୍ୟକ୍ଷ ସଂଚାରଣ ଏବଂ ସମ୍ପର୍କ ସଂଚାରଣ ବାବଦରେ ସ୍ପଷ୍ଟ କରାଯାଇଛି। ହେଲେ ଏବେ ଏହି ଭାଇରସ ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ ପାଣିବୁନ୍ଦା ସହିତ ମିଶି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟକୁ ସଂକ୍ରମିତ ହେଉଛି। ଏହାକୁ ଏୟରୋସୋଲ ଟ୍ରାନସମିଶନ କୁହାଯାଉଛି। ନିଃଶ୍ୱାସ ପ୍ରଶ୍ୱାସ ଜରିଆରେ ମଧ୍ୟ ଏହି ଭାଇରସ ସଂକ୍ରମିତ ହେଉଛି। ତେଣୁ ପରିବାର ସଦସ୍ୟମାନେ ଏହି ଭାଇରସରୁ ବର୍ତ୍ତିବା ପାଇଁ ସତର୍କ ରୁହନ୍ତୁ ଏବଂ ଲୋକଙ୍କୁ ଅବଗତ କରାନ୍ତୁ ବୋଲି ମେଡିକାଲ ବିଶେଷଜ୍ଞ ମାନେ କହିଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରତ୍ୟକ୍ଷ ସଂଚାରଣର ଅର୍ଥ ସଂକ୍ରମିତ ବ୍ୟକ୍ତି ଯଦି ଛିଙ୍କିବ, କାଶିବ ତା’ହେଲେ ପାଖରେ ଥିବା ବ୍ୟକ୍ତି ନିଃଶ୍ୱାସ ନେବା ବେଳେ ସେହି ଭାଇରସ ତାଙ୍କ ପାଖକୁ ଯାଇପାରିବ। ସେହିପରି ସଂପର୍କ ସଂଚାରଣର ଅର୍ଥ ଯେଉଁ ବ୍ୟକ୍ତି ସୂଷ୍ମ ବୁନ୍ଦା ଯୁକ୍ତ ଭାଇରସକୁ ଛୁଇଁ ନିଜର ମୁହଁ, ନାକ ଓ ଆଖିକୁ ସ୍ପର୍ଶ କରିଥାଏ।

ଚୀନ ସରକାର ଏବେ ଲୋକଙ୍କ ଉଦ୍ଦେଶ୍ୟରେ ଅପିଲ୍ କରିଛନ୍ତି। ଗୋଟିଏ ସ୍ଥାନରେ ଏକାଠି ନହେବାକୁ ଆହ୍ୱାନ କରିବା ସହିତ ଭେଣ୍ଟିଲେଶନ ପାଇଁ ଘରର ଖିଡକୀ ଖୋଲା ରଖିବା, ସଫା ସୁତରା ପ୍ରତି ଧ୍ୟାନ ଦେବା, ରୋଷେଇ ଘର, ଘରର କବାଟ, ଝରକା, ବାସନ କୁସନ ଏବଂ ଶୌଚାଳୟକୁ ପରିଷ୍କାର ରଖିବା ପାଇଁ କହିଛନ୍ତି। ସୂଚନାଯୋଗ୍ୟ, ଏହି କରୋନା ଭାଇରସରେ ଚୀନର ୮୧୧ ଲୋକଙ୍କ ମୃତ୍ୟୁ ଘଟିସାରିଛି। ୩୪ ହଜାରରୁ ଅଧିର ଲୋକ ଏବେ ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/2H4917g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages