ଆବଶ୍ୟକ ସାମଗ୍ରୀ: ଦେଶୀ ଆଳୁ ବା ଖମ୍ବ ଆଳୁ, ଚିକେନ୍ କିମା କଷା, ବେସନ, ବିସ୍କୁଟ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ଆଳୁ ବା ଖମ୍ବ ଆଳୁକୁ କାଟି ଲୁଣ ଦେଇ ସିଝାଇ ଦିଅନ୍ତୁ। ସେହିପରି ଚିକେନ୍ କିମାକୁ ମଧ୍ୟ ମସଲା ଦେଇ କଷି ଦିଅନ୍ତୁ। ଦେଶୀ ଆଳୁ ସିଝି ଗଲା ପରେ ସେଥିରେ ବେସନ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଚିକେନ୍ କଷା ପକାଇ ଭଲ ଭାବେ ଚକଟନ୍ତୁ। ତା’ପରେ ଏହି ଚକଟାକୁ ଗୋଲ ଗୋଲ କରି ବରାର ଆକାର ଦିଅନ୍ତୁ ଓ ଏଥିରେ ବିସ୍କୁଟ୍ ଗୁଣ୍ଡର ପ୍ରଲେପ ଦେଇ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଦେଶୀ ଆଳୁ ଚିକେନ୍ ବରା’।
from Odisha Reporter https://ift.tt/2UCPQcx
No comments:
Post a Comment