ଜ୍ୟୋତିରାଦିତ୍ୟଙ୍କ ଚେତାବନୀକୁ ଚ୍ୟାଲେଞ୍ଜ୍ କଲେ କମଲ ନାଥ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ଜ୍ୟୋତିରାଦିତ୍ୟଙ୍କ ଚେତାବନୀକୁ ଚ୍ୟାଲେଞ୍ଜ୍ କଲେ କମଲ ନାଥ !

ଭୋପାଳ: ମଧ୍ୟ ପ୍ରଦେଶର ଠିକା ଶିକ୍ଷକଙ୍କୁ ସ୍ଥାୟୀ କରିବା ଦାବିରେ ରାସ୍ତାକୁ ଓହ୍ଲାଇବାକୁ ଏଆଇସିସି ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଚେତବାନୀ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କମଲ ନାଥ ଏହାର କଡ଼ା ଜବାବ ଦେଇଛନ୍ତି। ତାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ଦିଆଯାଉ ବୋଲି ଚ୍ୟାଲେଞ୍ଜ୍‌ କଲା ଭଳି ଢଙ୍ଗରେ ସେ କହିଛନ୍ତି।

ଗତକାଲି ମଧ୍ୟ ପ୍ରଦେଶ କଂଗ୍ରେସର ଏକ ବୈଠକ ବସିଥିଲା। ଏଥିରେ ଉଭୟ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେଇଥିଲେ। ତେବେ ଜ୍ୟୋତିରାଦିତ୍ୟ ବୈଠକରୁ ଖୁବ୍ ଚଞ୍ଚଳ ପଳାଇଥିଲେ। ବୈଠକ ପରେ କମଲ ନାଥଙ୍କୁ ଜ୍ୟୋତିରାଦିତ୍ୟଙ୍କ ଚେତାବନୀ ସଂପର୍କରେ ପଚରା ଯାଇଥିଲେ। ଏହାର ଜବାବରେ ଶ୍ରୀ ନାଥ କହିଥିଲେ ଯେ ସେ କରନ୍ତୁ। ଆଉ ଏହା ଦୁଇ ଜଣଙ୍କ ମଧ୍ୟରେ ଥିବା ଫାଟକୁ ପୁଣି ଥରେ ପଦାରେ ପକାଇବା ସହ ଦିନକୁ ଦିନ ସେମାନଙ୍କ ମଧ୍ୟରେ ସଂପର୍କ ଆହୁରି ଖରାପ ହେଉଛି ବୋଲି ସୂଚାଇ ଦେଉଛି।

ଅନ୍ୟପକ୍ଷରେ ଜ୍ୟୋତିରାଦିତ୍ୟ ବୈଠକରୁ ଶୀଘ୍ର ଚାଲିଯିବା ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ସେ ବୈଠକରେ ପୂରା ସମୟ ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ଅବଗତ କରାଇଥିଲେ। ତା’ସହିତ ରାଜ୍ୟ କଂଗ୍ରେସରେ କାହା ମଧ୍ୟ ମତଭେଦ ନାହିଁ ଓ ସବୁ ଠିକ୍ ଚାଲିଛି ବୋଲି କୁହାଯାଇଛି।

ମଧ୍ୟ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସଂପାଦକ ଦୀପକ ବାବରିଆ କହିଛନ୍ତି,“ନିର୍ବାଚନୀ ଇସ୍ତାହାର ପାଞ୍ଚ ବର୍ଷ ପାଇଁ ଘୋଷଣା କରାଯାଇଥାଏ। ଆମେ ଅନେକ ପ୍ରତିଶ୍ରୁତି ପୂରଣ କରିଛୁ ଓ ଅନ୍ୟ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛୁ। ସିଦ୍ଧିଆଜୀ କାହା ବିରୋଧରେ ନାହାନ୍ତି। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ଏକଜୁଟ ହୋଇ ରହିଛି।”

ଏହା ପୂର୍ବରୁ କମଲ ନାଥ ମଧ୍ୟ କହିଥିଲେ ଯେ ନିର୍ବାଚନୀ ଇସ୍ତାହାର ୫ ବର୍ଷ ପାଇଁ ତିଆରି ହୋଇଥାଏ। ଏହାକୁ ୫ ମାସରେ କାର୍ଯ୍ୟକାରୀ କରାଯାଇ ନଥାଏ।

ସୂଚନାଯୋଗ୍ୟ, ଗୁରୁବାର ଏକ ରାଲିରେ ଯୋଗ ଦେବା ଅବସରରେ ଜ୍ୟୋତିରାଦିତ୍ୟ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଠିକା ଶିକ୍ଷକମାନଙ୍କ ଦାବି ପୂରଣ କରା ନଗଲେ ସେ ବି ସେମାନଙ୍କ ସହ ରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ।

କମଲ ନାଥ ଏବେ ଉଭୟ ମୁଖ୍ୟମନ୍ତ୍ରୀ ଓ ମଧ୍ୟ ପ୍ରଦେଶ କଂଗ୍ରେସର ମୁଖ୍ୟ ଅଛନ୍ତି। କୁହାଯାଉଛି, ଜ୍ୟୋତିରାଦିତ୍ୟ ରାଜ୍ୟ କଂଗ୍ରେସ ମୁଖ୍ୟ ହେବାକୁ ଚାହୁଁଛନ୍ତି। ତା’ସହିତ ଖୁବ୍‌ଶୀଘ୍ର ଖାଲି ହେବାକୁ ଥିବା ଏକ ରାଜ୍ୟସଭା ଆସନର ଟିକେଟ୍‌ ବି ସେ ପାଇବାକୁ ଚାହୁଁଛନ୍ତି। ତେବେ କମଲ ନାଥ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ହିଁ ଜ୍ୟୋତିରାଦିତ୍ୟ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସରକାରକୁ ଟାର୍ଗେଟ୍ କରି ଆସୁଛନ୍ତି।



from Odisha Reporter https://ift.tt/37y1SXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages