ବାଲିଘାଟରୁ ବିବାଦ; ପୁଲିସ୍‌ ଭୟରେ ରାତାରାତି ଗାଁ ଛାଡ଼ିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ବାଲିଘାଟରୁ ବିବାଦ; ପୁଲିସ୍‌ ଭୟରେ ରାତାରାତି ଗାଁ ଛାଡ଼ିଲେ ଲୋକେ

ଆନନ୍ଦପୁର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ବୈତରଣୀ ନଦୀର ଆମ୍ବୋ ବାଲିଘାଟ ବିବାଦକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାକୁ ନେଇ ପୁଲିସ୍‌- ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଭୟରେ ଗାଁ ଛାଡିଲେ ଶତାଧିକ ଗ୍ରାମବାସୀ ।

ଆମ୍ବୋ ବାଲିଘାଟ ବିବାଦକୁ କେନ୍ଦ୍ର କରି ଗତ ୨୮ ତାରିଖରେ ପୁଲିସ୍‌ ଓ କରଗୋଳା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୨ଟି ପୁଲିସ୍‌ ଗାଡିର କାଚ ଭାଙ୍ଗିଥିଲା । ଏହି ଘଟଣାରେ ପୁଲିସ୍‌ ଶତାଧିକ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଛି। ଏହାପରେ ଗତ ୩ ତାରିଖ ରାତିରେ ପୁଲିସ୍‌ ଗାଁରେ ପଶି ୫ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁଲିସ୍‌ ରାତିଅଧିଆ ଗାଁରେ ଚଢ଼ଉ କରିବା ଯୋଗୁଁ ଗାଁର ପ୍ରାୟ ୩୦୦ରୁ ଅଧିକ ପୁରୁଷ ଓ ମହିଳା ଭୟରେ ଗାଁ ଛାଡି ନଦୀ ପାର ହୋଇ ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁରେ ଆଶ୍ରୟ ନେଇଛନ୍ତି । ଗ୍ରାମବାସୀ କିଛି କରିନଥିବା କହୁଥିବା ବେଳେ ବାଲିଘାଟ ଲିଜ୍‌ଧାରୀର ଗୁଣ୍ଡା ମାନେ ପୁଲିସ୍ ଗାଡି ଭଙ୍ଗାରୁଜା କରି ଗ୍ରାମବାସୀଙ୍କୁ ଫସାଇଥିବା ଅଭିଯୋଗ କରିଛନ୍ତି  । ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।



from Odisha Reporter https://ift.tt/2vUsZPw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages