୬୫ତମ ଫିଲ୍ମଫେୟାର ଆୱାର୍ଡ: ସବୁ ପୋଛି ନେଲା ‘ଗଲି ବୟ’; ରଣବୀର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

୬୫ତମ ଫିଲ୍ମଫେୟାର ଆୱାର୍ଡ: ସବୁ ପୋଛି ନେଲା ‘ଗଲି ବୟ’; ରଣବୀର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ଗୁଆହାଟୀ: ୬୫ତମ ଆମାଜନ୍ ଫିଲ୍ମଫେୟାର ଆୱାର୍ଡ ଉତ୍ସବ ଗତକାଲି ଆସାମର ଗୁଆହାଟୀରେ ଅନୁଷ୍ଠିତ ହୋଇଯାଇଛି। ଆଉ ଏଥିରେ ବାଜି ମାରିଛି ଫିଲ୍ମ ‘ଗଲି ବୟ’। ଏହି ଫିଲ୍ମ ୧୦ଟି ପୁରସ୍କାର ପାଇଛି। ଏହା ‘ଶ୍ରେଷ୍ଠ ଫିଲ୍ମ’ ଭାବେ ଏହି ପୁରସ୍କାର ହାତେଇଥିବା ବେଳେ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ‘ଶ୍ରେଷ୍ଠ ଅଭିନେତା’, ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ଶ୍ରେଷ୍ଠ ସହ ଅଭିନେତା’, ‘ଶ୍ରେଷ୍ଠ ସହ ଅଭିନେତ୍ରୀ’ ‘ଶ୍ରେଷ୍ଠ ଗୀତିକାର’, ‘ଶ୍ରେଷ୍ଠ ଚିତ୍ରନାଟ୍ୟ’, ‘ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌’ ଓ ‘ଶ୍ରେଷ୍ଠ ସଂଳାପ’ ପୁରସ୍କାର ବି ନେଇଛି।

‘ଗଲି ବୟ’ ଫିଲ୍ମ ପାଇଁ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ସେହିଭଳି ଜୋୟା ଅଖତର ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ‘ଗଲି ବୟ’ର ଗୀତ ‘ଆପ୍‌ନା ଟାଇମ୍‌ ଆୟେଗା’ ପାଇଁ ଡିଭାଇନ୍ ଓ ଅଙ୍କୁର ତିୱାରୀ ‘ଶ୍ରେଷ୍ଠ ଗୀତିକାର’ ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି। ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ରୀମା କଗତି ଓ ଜୋୟା ଅଖତର ଏବଂ ‘ଶ୍ରେଷ୍ଠ ସଂଳାପ’ ପାଇଁ ବିଜୟ ମୌର୍ଯ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିଭଳି ସିଦ୍ଧାନ୍ତ ଚତୁର୍ବେଦି ଓ ଅମୃତା ସୁଭାଷଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଫିଲ୍ମ ‘Article 15’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିଭଳି ‘ସାଣ୍ଢ କି ଆଁଖ’ ପାଇଁ ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିପରି ରମେଶ ସିପ୍ପୀଙ୍କୁ ଫିଲ୍ମଫେୟାର ‘ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି।

ଏଥର ଫିଲ୍ମଫେୟାର ଉତ୍ସବକୁ ହୋଷ୍ଟ୍ କରିଥିଲେ କରଣ ଜୋହର, ଭିକ୍କି କୌଶଲ ଓ ବରୁଣ ଧୱନ। ଆଉ ଏଥିରେ ଲୋକଙ୍କ ମନୋରଞ୍ଜନ କରିଥିଲେ ଅକ୍ଷୟ କୁମାର, ରଣବୀର ସିଂହ, ଆୟୁଷ୍ମାନ ଖୁରାନା ଓ କାର୍ତ୍ତିକ ଆର୍ଯ୍ୟନ। ତେବେ ଆଉ କେଉଁମାନେ ଏହି ପୁରସ୍କାର ପାଇଛନ୍ତି, ତା’ଉପରେ ଟିକେ ନଜର ପକାନ୍ତୁ।

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍ସ)
Article 15 (ଅନୁଭବ ସିହ୍ନା)
ସୋଞ୍ଚିରିୟା (ଅଭିଷେକ ଚୌବେ)

ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌
‘ଗଲି ବୟ’ (ଜୋୟା ଅଖତର, ଅଙ୍କୁର ତିୱାରୀ)
କବୀର ସିଂହ (ମିଥୁନ୍‌, ଅମାଲ ମଲ୍ଲିକ, ବିଶାଲ ମିଶ୍ରା, ସଚେତ-ପରମ୍ପରା ଓ ଅଖିଲ ସଚଦେବ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ
ଅରିଜିତ୍ ସିଂହ- କଲଙ୍କ ନହିଁ (କଲଙ୍କ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା
ଶିଳ୍ପା ରାଓ- ଘୁଙ୍ଗୁରୋ (ୱାର୍)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ
ଆଦିତ୍ୟ ଧର୍ – ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’

ଶ୍ରେଷ୍ଠ ଡେବ୍ୟୁ ଅଭିନେତା
ଅଭିମନ୍ୟୁ ଦସାନି- ମର୍ଦ କୋ ଦର୍ଦ ନହିଁ ହୋତା

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ
ଅନନ୍ୟା ପାଣ୍ଡେ- ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର ୨ ଓ ପତି ପତ୍ନୀ ଔର ୱ

ବେଷ୍ଟ୍ ଅରିଜିନାଲ୍ ଷ୍ଟୋରୀ
‘Article 15’- ଅନୁଭବ ସିହ୍ନା ଓ ଗୌରବ ସୋଲାଙ୍କି

ଏକ୍ସେଲେନ୍ସ ଇନ୍ ସିନେମା
ଗୋବିନ୍ଦା

ଆର୍‌ଡି ବର୍ମନ ଆୱାର୍ଡ ଫର୍ ଅପ୍‌କମିଂ ମ୍ୟୁଜିକ୍ ଟ୍ୟାଲେଣ୍ଟ
ଶାଶ୍ୱତ ସଚଦେବ- ଉରି



from Odisha Reporter https://ift.tt/38whoEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages