ଜଜ୍‌ଙ୍କ ପତ୍ନୀ ଓ ପୁଅକୁ ହତ୍ୟା ଘଟଣା: ପିଏସଓକୁ ମୃତ୍ୟୁଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ଜଜ୍‌ଙ୍କ ପତ୍ନୀ ଓ ପୁଅକୁ ହତ୍ୟା ଘଟଣା: ପିଏସଓକୁ ମୃତ୍ୟୁଦଣ୍ଡ

ଚଣ୍ଡିଗଡ଼: ବିଚ୍‌ ରାସ୍ତାରେ ଜଣେ ବିଚାରପତିଙ୍କ ପୁଅ ଓ ପତ୍ନୀଙ୍କୁ ନିଜ ସର୍ଭିସ ରିଭରବଲରେ ଗୁଳି କରି ହତ୍ୟା କରିଥିବା ଉକ୍ତ ଜଜ୍‌ଙ୍କ ପିଏସ୍‌ଓକୁ ଶେଷରେ ମୃତ୍ୟୁଦଣ୍ଡ ମିଳିଛି। ମାମଲାର ବିଚାର କରି ହରିଆଣାର ଏକ ଟ୍ରାଏଲ କୋର୍ଟ ପିଏସ୍‌ଓକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଆଡସିନାଲ ସେସନ୍ସ ଜଜ୍‌ କ୍ରିଷ୍ଣା କାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅଙ୍କୁ ୨୦୧୮ରେ ପିଏସ୍‌ଓ ମହିପାଲ ହତ୍ୟା କରିଥିଲା। ଶୁକ୍ରବାର ଆଡସିନାଲ ସେସନ୍ସ ଜଜ୍‌ ସୁଧୀର ପାରମପର ଏହାର ଶୁଣାଣି କରି ପିଏସଓ ମହିପାଲକୁ ଏଭଳି ଦଣ୍ଡବିଧାନ କରିଛନ୍ତି।

ଆଇପିସିର ଏକାଧିକ ଧାରା ସହ ହତ୍ୟା, ଭୁଲ ତଥ୍ୟ ଦେବା ଓ ଆର୍ମସ ଆକ୍ଟ ଅନୁଯାୟ ମହିପାଲ ନାଁରେ ମାମଲା ରୁଜୁ କରାଯାଇଥିଲା। ଦୀର୍ଘ ୨ ବର୍ଷ ୫ ମାସ ଧରି କୋର୍ଟ ୬୪ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ତର୍ଜମା କରି ଶେଷରେ ମହିପାଲକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମସିହା ଅକ୍ଟୋବର ୧୩ରେ ମହିପାଲ ଗୁରୁଗ୍ରାମ ସେକ୍ଟର ୪୯ ଅନ୍ତର୍ଗତ ଆର୍କାଡିଆ ମାର୍କେଟରେ ବିଚାରପତି ଶର୍ମାଙ୍କ ପତ୍ନୀ ଋତୁ ଓ ପୁଅ ଦ୍ରୁବଙ୍କୁ ଗୁଳି କରି ହତ୍ୟା କରିଥିଲା।



from Odisha Reporter https://ift.tt/2HhFSWp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages