ମାମୁ ଘର ଜମି ଉପରେ ଥିଲା ନଜର, ମା’ ମନା କରିବାରୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ମାମୁ ଘର ଜମି ଉପରେ ଥିଲା ନଜର, ମା’ ମନା କରିବାରୁ…

ବାଲିଗୁଡ଼ା (ଅଜିତ ନାୟକ): ଘର ଦାଣ୍ଡରେ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଂଗଡ଼ ଥାନା ଅନ୍ତର୍ଗତ ପାଡ଼େଲିକିଆ ଗାଁରେ। ମୃତ ମହିଳାଙ୍କ ନାଁ ପ୍ରେମା ପ୍ରଧାନ। ଅଭିଯୁକ୍ତର ନାଁ ସୁନୀଲ ପ୍ରଧାନ।

ଗତକାଲି ସକାଳେ ସୁନୀଲ ମାମୁଙ୍କ ଘରୁ ଜମି ଆଣିବା ପାଇଁ ପ୍ରେମାଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ପ୍ରେମା ବାସନ ମାଜୁଥିବା ସମୟରେ ସୁନୀଲ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ପ୍ରେମାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହକୁ ଜବତ କରିଥିଲା। ତା’ସହିତ ଅଭିଯୁକ୍ତ ସୁନୀଲ ପ୍ରଧାନକୁ ଗିରଫ କରିଥିଲା।



from Odisha Reporter https://ift.tt/3afm3va

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages