ଓଜନ କମ୍‌ କରିବ ଭୁର୍ସୁଙ୍ଗ ପତ୍ର ଚାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଓଜନ କମ୍‌ କରିବ ଭୁର୍ସୁଙ୍ଗ ପତ୍ର ଚାହା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ପ୍ରତ୍ୟେକଙ୍କ ଘରେ ଭୁର୍ସୁଙ୍ଗ ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେ ଭୁର୍ସୁଙ୍ଗ ପତ୍ରକୁ ଆପଣ ଚାହା କରି ପିଇଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ଉପକାର ପାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏଥିରେ କେଉଁ ସବୁ ଗୁଣ ଭରି ରହିଛି ଓ ଏହାକୁ ଚା’ କରି ପିଇଲେ କ’ଣ ସବୁ ଫାଇଦା ମିଳେ।

୧. ଭୁର୍ସୁଙ୍ଗ ପତ୍ର ଚାହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରି ଦିଏ। ସେହିପରି ଏହି ପତ୍ରକୁ ନିୟମିତ ଚୋବାଇ ଖାଇଲେ, ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ସଫା ହେବା ସହିତ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏଥିପାଇଁ ସକାଲେ ଖାଲି ପେଟରେ ୩ ରୁ ୪ ଟି ଭୁର୍ସୁଙ୍ଗ ପତ୍ର ଚୋବାଇ ଖାଆନ୍ତୁ।

୨. ଭୁର୍ସୁଙ୍ଗ ପତ୍ର ପାଚନ ଏନ୍‌ଜାଇମ୍‌କୁ ଉତ୍ତେଜିତ କରିଥାଏ ଓ ପେଟକୁ ସଫା ରଖିଥାଏ।

୩. ଭୁର୍ସୁଙ୍ଗ ପତ୍ରରେ ଆଣ୍ଟି-ଆକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ, ଆଣ୍ଟି-କାର୍ସିନୋଜେନିକ୍‌ ଓ ହେପୋଟ୍ରୋ ପ୍ରୋଟେକ୍ଟିଭ୍‌ ପରି ଗୁଣ ରହିଛି। ଏହି ସମସ୍ତ ଗୁଣ ଶରୀରକୁ ସୁସ୍ଥ ରଖିବା ସହିତ ଓଜନ ନିୟନ୍ତ୍ରଣ କରିଥା’ନ୍ତି।

୪. ଭୁର୍ସୁଙ୍ଗ ପତ୍ରରେ ଆଣ୍ଟି ଓବେସିଟି ଓ ଲିପିଡ୍‌ କମ୍‌ କରିବା ଗୁଣ ରହିଛି। ତେଣୁ ଏହା କେବଳ ଓଜନ ନୁହେଁ, କୋଲେଷ୍ଟ୍ରଲ୍‌, ଟ୍ରାଇଗ୍ଲିସରାଇଡ୍‌ ସ୍ତରକୁ ମଧ୍ୟ ଶରୀରରୁ କମ୍‌ କରିଥାଏ। ଏପରିକି ଏହି ପତ୍ର ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

କିପରି ପ୍ରସ୍ତୁତ କରିବେ ଭୁର୍ସୁଙ୍ଗ ପତ୍ର ଚାହା ? 

ପ୍ରଥମେ ଭୁର୍ସୁଙ୍ଗ ପତ୍ରଗୁଡ଼ିକୁ ଛିଣ୍ଡାଇ ପାଣିରେ ପକାଇ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ ପାଣିରେ ପତ୍ର ପକାଇ ଏହାକୁ ଫୁଟାଇ ନିଅନ୍ତୁ। ଏହାପରେ ପତ୍ରକୁ ପାଣିରୁ ଛାଣି ନିଅନ୍ତୁ। ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏହି ଚାହାରେ ମହୁ ଓ ଲେମ୍ୱୁ ପକାଇପାରିବେ। ଭୁର୍ସୁଙ୍ଗ ପତ୍ର ଚାହାକୁ ନିୟମିତ ସକାଳେ ଖାଲି ପେଟରେ ପିଅନ୍ତୁ।

 



from Odisha Reporter https://ift.tt/2SOkRrr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages