ଆବଶ୍ୟକ ସାମଗ୍ରୀ: ଗୋଟା ପାମ୍ପ୍ଲେଟ ମାଛ, ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲେମ୍ବୁରସ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପ୍ଲେଟ୍ ଗୁଡ଼ିକୁ ଭଲଭାବେ ଧୋଇ ପେଟକୁ ଛୁରି ଦ୍ୱାରା ଚିରି ଦିଅନ୍ତୁ। ଏବେ ଗୋଟିଏ ପାତ୍ରରେ ଲୁଣ ଓ ଲେମ୍ବୁରସ ଦେଇ ମାଛକୁ ୧୫ ମିନିଟ୍ ପାଇଁ ମ୍ୟାରିନେଟ୍ ହେବାପାଇଁ ରଖିଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ଅଳ୍ପ ତେଲ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଅଦା-ରସୁଣ ବଟା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଚୁଲିରେ ପ୍ୟାନ୍ ଗରମ କରିବାକୁ ବସାଇଦେଇ ମ୍ୟାରିନେଟ୍ କରାଯାଇଥିବା ପାମ୍ପ୍ଲେଟ୍ ଗୁଡିକରେ ବ୍ରଶ୍ ସାହାଯ୍ୟରେ ମସଲା ମିଶ୍ରଣକୁ ଭଲଭାବେ ଲଗାଇ ଦିଅନ୍ତୁ।
ପ୍ୟାନ୍ ଗରମ ହୋଇଗଲେ ସେଥିରେ ଅଳ୍ପ ତେଲ ଦେଇ ମସଲା ଲଗାଯାଇଥିବା ମାଛ ସବୁକୁ ଗୋଟି ଗୋଟି କରି ସେଥିରେ ପକାଇ ଭାଜନ୍ତୁ। ମାଛର ଗୋଟିଏ ପାଖ ଭାଜି ହୋଇଗଲେ ଅନ୍ୟ ପଟକୁ ଲେଉଟାଇ ଦିଅନ୍ତୁ। ଦୁଇ ପାଖ ଭଲ ଭାବେ ଭାଜି ହୋଇଗଲେ ମାଛକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ରୋଷ୍ଟେଡ୍ ପାମ୍ପ୍ଲେଟ୍’।
from Odisha Reporter https://ift.tt/2HYb8dl
No comments:
Post a Comment